www.samajalive.in
Saturday, December 13, 2025
26.1 C
Bhubaneswar

ଏଆଇଡିଏମକେ ସହ ମେଣ୍ଟ କଲା ବିଜେପି, ଏକାଠି ଲଢ଼ିବେ ତାମିଲନାଡୁ ବିଧାନସଭା ନିର୍ବାଚନ

ସମାଜ ଡିଜିଟାଲ ଡେସ୍କ: ତାମିଲନାଡୁରେ ଶାସକ ଡିଏମକେକୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା କରିଛି। ଆଗାମୀ ୨୦୨୬ ବିଧାନସଭା ନିର୍ବାଚନରେ ଏହି ଜାତୀୟ ଦଳ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଡିଏମକେ(ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାଭିଡ଼ ମୁନ୍ନେତ୍ର କାଝାଗମ) ସହିତ ମେଣ୍ଟ କରିଛି। ଉଭୟ ଦଳ ପକ୍ଷରୁ ଶୁକ୍ରବାର ଏ ନେଇ ଘୋଷଣା କରାଯାଇଛି।

ତାମିଲନାଡୁର ଏମ.କେ. ଷ୍ଟାଲିନ ସରକାର ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିଜେପିକୁ ଘେରିବା ସହ ଅକଳରେ ପକାଉଛନ୍ତି। ସଂସଦୀୟ କ୍ଷେତ୍ର ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବି ଷ୍ଟାଲିନ ଅଣବିଜେପି ଶାସିତ ରାଜ୍ୟ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳକୁ ଏକାଠି କରି ବିଜେପି ବିରୋଧରେ ବିଦ୍ରୋହ ଚେତାବନୀ ଦେଇଛନ୍ତି। ତେଣୁ ତାମିଲନାଡୁକୁ ଅକ୍ତିଆର କରିବା ଲାଗି ବିଜେପି ଏଆଇଡିଏମକେ ସହିତ ହାତ ମିଳାଇଛି।

- Advertisement -

ଶୁକ୍ରବାର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଏଆଇଡିଏମକେ ନେତୃବୃନ୍ଦଙ୍କ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। ଶାହା କହିଛନ୍ତି, ଏନଡିଏ ଛତା ତଳେ ଦୁଇ ଦଳ କାମ କରିବେ। ଏଆଇଡିଏମକେ, ବିଜେପି ଏପଂ ସମସ୍ତ ସହଯୋଗୀ ଦଳ ଆଗାମୀ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବାକୁ ଥିବାବେଳେ ରାଜ୍ୟ ସ୍ତରରେ ଏଆଇଡିଏମକେ ନେତା ଏଡାପ୍ପାଡି କେ. ପଲାନିସ୍ଵାମୀଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories