www.samajalive.in
Saturday, December 13, 2025
26.1 C
Bhubaneswar

ଆଧାର କାର୍ଡ ସାଜିଛି ବାଧକ, ସରକାରୀ ଯୋଜନାରୁ ବଞ୍ଚିତ ଯାଜ୍ଞସେନୀ

ମୁଖୀଗୁଡା : ଆଧାର କାର୍ଡ ନଥିବା ଯୋଗୁଁ ଯାଜ୍ଞସେନୀଙ୍କ ପାଇଁ ସବୁ ଯୋଜନା ଅଧାରେ ରହିଯାଇଛି। ସାମାନ୍ୟ ଆଧାର କାର୍ଡଟିଏ ପାଇଁ ବାର ଦୁଆର ହେବା ପରେ ମଧ୍ୟ କାର୍ଡ ହୋଇପାରୁନାହିଁ। ଯାହା ଫଳରେ ଖାଦ୍ୟ ସୁରକ୍ଷା ଯୋଜନାଠାରୁ ଆରମ୍ଭ କରି ଆବାସ, ଭିନ୍ନକ୍ଷମ ଭତ୍ତା ଭଳି କୋଣସି ଯୋଜନାର ଲାଭପାଇପାରୁ ନାହାନ୍ତି ଜୟପାଟଣା ୯ନମ୍ବର ୱାର୍ଡ ବାସିନ୍ଦା ଯାଜ୍ଞସେନୀ ପରିଛା । ଯାଜ୍ଞସେନୀଙ୍କ  ବୟସ ୫୩। ମାଟ୍ରିକ ଯାଏଁ ପାଠ ପଢିବା ପରେ ତାଙ୍କ ମାନସିକ ବିକୃତି ଘଟିଲା ।ବିଭିନ୍ନ ପ୍ରକାର ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଅବିବାହିତ ଯାଜ୍ଞସେନୀ ବାପା ,ମାଙ୍କ ମୃତ୍ୟୁ ପରେ ଏବେ ଭାଇ ଓ ଭାଉଜ ଭରସାରେ ରହିଥିବା  ବେଳେ ସରକାରୀ ସହାୟତା ନପାଇ ଦୁର୍ବିସହ ଜୀବନ କାଟୁଛନ୍ତି। ସବୁ ଯୋଜନା ଅଛି କିନ୍ତୁ ତାଙ୍କ ପାଖରେ ଆଧାର କାର୍ଡଟିଏ ନଥିବା ଯୋଗୁଁ ସବୁ ଯୋଜନା ଯେପରି ତାଙ୍କ ପାଇଁ  ହୋଇନାହିଁ। ଏ ନେଇ ଅନେକ ଥର ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରିଥିଲେ ସୁଦ୍ଧା ଆଧାର କାର୍ଡ ନଥିବା ଦର୍ଶାଇ ଅଧିକାରୀ ମାନେ କୋଣସି ଯୋଜନାରେ ସାମିଲ କରି ପାରୁନାହାନ୍ତି। ଯାଜ୍ଞସେନୀଙ୍କ ପରିବାର କହିଲେ ଭାଇ ଓ ଭାଉଜ। ଭାଇ ଏକ ଛୋଟ  ପାନ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଯାହା ରୋଜଗାର କରନ୍ତି ତାଙ୍କ ପରିବାରକୁ ମଧ୍ୟ ନିଅଣ୍ଟ। ମାନସିକ ବିକୃତ ଯାଜ୍ଞସେନୀ ଦୁଇ ଓଳି ଦୁଇ ମୁଠା ଦେବାକୁ ମଧ୍ୟ କଷ୍ଟକର ହେଉଛି। ଯାଜ୍ଞସେନୀଙ୍କ ରାସନ କାର୍ଡ ତଥା ଭତ୍ତାଟିଏ ପାଇଁ ସେ ବି ଅନେକ ଥର ଚେଷ୍ଟା କରିଛନ୍ତି କିନ୍ତୁ ହୋଇ ପାରୁନାହିଁ  । ସବୁଠି ସେଇ ଆଧାର କାର୍ଡ ହିଁ ବାଧକ। ଏବେ ଯାଜ୍ଞସେନୀଙ୍କୁ ଭଲ ଭାବରେ ଦେଖାଯାଉନାହିଁ । ଆର୍ଥିକ ଅବସ୍ଥା ଠିକ ନଥିବାରୁ ତାଙ୍କର ଆଖିର ଚିକିତ୍ସା ମଧ୍ୟ ହୋଇପାରୁ ନାହିଁ । ସରକାରୀ ସ୍ତରରେ କିଛି ସୁବିଧା ମିଳିବ ସେ ଚିନ୍ତାରେ ପୁରା ପରିବାର ରହିଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଯାଜ୍ଞସେନୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories