www.samajalive.in
Sunday, December 14, 2025
14.1 C
Bhubaneswar

ମେରଠ ହତ୍ୟା ମାମଲା: ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ଗର୍ଭବତୀ, ଜେଲରେ ଯାଞ୍ଚ ବେଳେ ମିଳିଲା ସୂଚନା

ମେରଠ: ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ପ୍ରେମିକଙ୍କ ସହ ଜେଲରେ ବନ୍ଦୀ ଥିବା ମୁସ୍କାନ ରସ୍ତୋଗୀ ନିୟମିତ ଡାକ୍ତରୀ ଯାଞ୍ଚ ସମୟରେ ଗର୍ଭବତୀ ଥିବା ଜଣାପଡ଼ିଛି।
ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଶୋକ କଟାରିଆ କହିଛନ୍ତି ଯେ ମୁସ୍କାନଙ୍କ ପ୍ରାଥମିକ ପରୀକ୍ଷା କରାଯାଇଥିଲା, ଯାହା ସୂଚାଇଥିଲା ଯେ ସେ ଗର୍ଭବତୀ ଅଛନ୍ତି। ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ପ୍ରେମିକଙ୍କ ସହ ଜେଲରେ ବନ୍ଦୀ ଥିବା ମୁସ୍କାନ ରସ୍ତୋଗୀ ନିୟମିତ ଡାକ୍ତରୀ ଯାଞ୍ଚ ସମୟରେ ଗର୍ଭବତୀ ଥିବା ଜଣାପଡ଼ିଛି। ପରବର୍ତ୍ତୀ ପଦକ୍ଷେପ ଅନୁଯାୟୀ ମୁସ୍କାନଙ୍କ ଏକ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ହେବ, ଯାହା ଗର୍ଭଧାରଣର ଅବସ୍ଥା ଏବଂ ଅବଧି ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ।

ସିନିୟର ଜେଲ ଅଧୀକ୍ଷକ ବୀରେଶ ରାଜ ଶର୍ମାଙ୍କ ଅନୁଯାୟୀ, ସମସ୍ତ ମହିଳା କଏଦୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ପ୍ରବେଶ ପରେ ଗର୍ଭଧାରଣ ପରୀକ୍ଷା କରାଯାଏ। ମୁସ୍କାନଙ୍କ ପରୀକ୍ଷା ଏହି ମାନକ ପ୍ରକ୍ରିୟାର ଏକ ଅଂଶ ଥିଲା। ତେବେ ଏପର୍ଯ୍ୟନ୍ତ ଡାକ୍ତରଙ୍କ ଲିଖିତ ରିପୋର୍ଟ ପାଇନାହାଁନ୍ତି କିନ୍ତୁ ମୌଖିକ ଭାବରେ ମୁସ୍କାନ ଗର୍ଭବତୀ ଥିବା ସୂଚନା ଦିଆଯାଇଛି।

- Advertisement -

ଏହି ମାମଲାଟି ପୂର୍ବତନ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତଙ୍କ ହତ୍ୟା ସହିତ ଜଡିତ, ଯାହାଙ୍କୁ ମାର୍ଚ୍ଚ ୪ ରାତିରେ ମେରଠ ଜିଲାର ଇନ୍ଦିରାନଗରରେ ତାଙ୍କ ଘରେ ହତ୍ୟା କରାଯାଇଥିଲା। ମୁସକାନ ଏବଂ ତାଙ୍କ ପ୍ରେମିକ ସାହିଲ ତାଙ୍କୁ ନିଶା ଔଷଧ ଦେଇ ହତ୍ୟା କରିଥିବା ଏବଂ ପରେ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ତଦନ୍ତକାରୀମାନେ ଅଭିଯୋଗ କରିଛନ୍ତି ଯେ ସୌରଭ ରାଜପୁତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିଦେଇଥିଲେ। ସୌରଭଙ୍କ ମୁଣ୍ଡ ଏବଂ ହାତ କାଟି ଦେଇଥିଲେ ଏବଂ ଅବଶେଷଗୁଡ଼ିକୁ ସିମେଣ୍ଟରେ ଭର୍ତ୍ତି ଏକ ନୀଳ ଡ୍ରମରେ ଲୁଚାଇ ରଖିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories