ଗଂଜାମ: ବିଶିଷ୍ଟ କମ୍ୟୁନିଷ୍ଟ ନେତା ତଥା ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ନିର୍ବାଚିତ ନଗରପାଳ ସ୍ବର୍ଗତ ବୃନ୍ଦାବନ ପଲାଇଙ୍କ ଚତୃର୍ଥ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁଇଁତୋଳା ଗ୍ରାମ ସ୍ଥିତ ବଡ଼ ବନ୍ଧ ନିକଟରେ ତାଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା ମଙ୍ଗଳବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅନୁଷ୍ଠାନିକ ଭାବେ ସ୍ବର୍ଗତ ପଲାଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏଥିରେ ଆଇନଜୀବୀ କୈଳାଶ ପଲାଇ ସଭାପତିତ୍ୱ କରିଥିଲେ।
Popular Categories



