www.samajalive.in
Sunday, December 14, 2025
26.1 C
Bhubaneswar

ଯାତ୍ରା ପାର୍ଟି ଗାଡି ଓଲଟି ୬ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ନିକଟରେ  ଏକ ଯାତ୍ରାପାର୍ଟି ଟ୍ରକ ଓଲଟି ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରମାନେ ବାଲେଶ୍ବର ଜିଲ୍ଲାର ଜମ୍ବେଶ୍ଵର ଦେହୁରୀ, ବାବୁଲି ମହାନ୍ତ, ବୈଜେନ୍ଦ୍ର ପ୍ରଧାନ, ପବିତ୍ର ସେଣ୍ଢ, ଧଗା ଦେହୁରୀ, ପଣ୍ଡା ଚାରୁଆଲ ବୋଲି ପରିଚୟ ମିଳିଛି । ଯାତ୍ରା ପାର୍ଟି ଗାଡିଟି ଅନୁଗୁଳ ଜିଲ୍ଲା ଖମାର ଅଂଚଳରୁ ଯାତ୍ରା ସାରି ଢେଙ୍କାନାଳ ଷଡ଼ଙ୍ଗୀ ଅଂଚଳକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ଗାଡିରେ ଡ୍ରାଇଭର ସମେତ ୮ ଜଣ ଥିଲେ। ଗାଡିର ଡାଲା ଉପରେ ୬ ଜଣ ବସିଥିବାବେଳେ ଗାଡି ଭିତରେ ଡ୍ରାଇଭର ଓ ଅନ୍ୟ ଜଣେ ବସିଥିଲେ। ଡାଲାରେ ବସିଥିବା କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories