www.samajalive.in
Tuesday, December 9, 2025
16.1 C
Bhubaneswar

କେନ୍ଦୁଝରଠାରେ ଜିଲାସ୍ତରୀୟ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

କେନ୍ଦୁଝର ସଦର : କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରାକୁ ଡାକ୍ତର ବିନୋଦ ବିହାରୀ ମିଶ୍ର, ଜିଲା ଚିକିତ୍ସାଧିକାରୀ (ଚିକିତ୍ସା ସେବା ) ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାଟି ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲା ଚିକିତ୍ସାଧିକାରୀ (ଚିକିତ୍ସା ସେବା ) ଅଧିକ୍ଷକ ଏହି ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ବିଶ୍ଵ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ସୁସ୍ଥ ଅୟମାରମ୍ଭ, ଆଶାଦୀପ୍ତ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ। ଡାକ୍ତର ପିକେ ମିଶ୍ର (ଭେଷଜ ବିଶେଷଜ୍ଞ) ମା’ ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଏକ ସ୍ଵାସ୍ଥ୍ୟକର ପରିବାର ଓ ଗୋଷ୍ଠୀର ଭିତ୍ତିଭୂମି ଯାହା ଆମ ସମସ୍ତଙ୍କର ଏକ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସାହାଯ୍ୟ କରେ। ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କ ପାଇଁ ନିବେଶ କଲେ ଅର୍ଥନୈତିକ ବିକାଶ ସହିତ ଏକ ସୁସ୍ଥସବଳ ସମାଜ ଗଠନ ସମ୍ଭବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ବସନ୍ତ କୁମାର ପାତ୍ର,(ଡିସି) ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ନୀଲମ ମହାନ୍ତ ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି), ନିତ୍ୟରଞ୍ଜନ ବରାଳ, ଜିଲା କାର୍ଯ୍ୟକ୍ରମ ପରିଚାଳକ, ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଭରତ କୁମାର ସାହୁ ଓ ବୃନ୍ଦାବନ ସାହୁ (ଏସଏ ) ସଂଚାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏଏନଏମ ଛାତ୍ରୀ ନର୍ସିଂ ଅଫିସର ପାରାମେଡିକାଲ କର୍ମଚାରୀ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories