www.samajalive.in
Thursday, December 11, 2025
18.1 C
Bhubaneswar

ଦେଖନ୍ତୁ ଭିଡିଓ: ବୃଦ୍ଧାଶ୍ରମ ଯିବାକୁ ମନା କରିବାରୁ ଶାଶୁଙ୍କୁ ଅମାନୁଷିକ ଭାବେ ପିଟିଲା ବୋହୂ

ସମାଜ ଡିଜିଟାଲ ଡେସ୍କ: ପରିଣତ ବୟସରେ ପୁଅ ବୋହୂଙ୍କ ଉପରେ ନିର୍ଭରଶୀଳ ହୋଇଥାଆନ୍ତି ମା’ବାପା। ସେମାନେ ଭାବନ୍ତି ପିଲାମାନେ ସେମାନଙ୍କର ସେବାଯତ୍ନ କରିବେ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ତାହା ଭୁଲ ପ୍ରମାଣିତ ହୋଇଥାଏ। ବୃଦ୍ଧାବସ୍ଥାରେ ପିଲାମାନଙ୍କ ନିର୍ଯାତନାର ଶିକାର ହେବାକୁ ପଡ଼ିଥାଏ, ଯାହା ଆଜିକାଲିର ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ସମ୍ଭ୍ରାନ୍ତ ପରିବାରର ଏମିତି ଏକ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଶାଶୁକୁ ବୃଦ୍ଧାଶ୍ରମରେ ଛାଡ଼ିବାକୁ ଚାହୁଁଥିଲା ବୋହୂ। କିନ୍ତୁ ଶାଶୁ ମନା କରିବାରୁ ତାଙ୍କୁ ବୋହୂ ଅମାନୁଷିକ ଭାବେ ମାଡ଼ ମାରିଛି। ଘଟଣାଟି ମଧ୍ୟପ୍ରଦେଶର ଗ୍ବାଲିଅର ସହରର।

ପୀଡ଼ିତାଙ୍କ ସ୍ବାମୀ ୪ ବର୍ଷ ତଳେ ମୃତ୍ୟୁବରଣ କରିଛନ୍ତି। ସେ କରିଛନ୍ତି ଯେ, ତାଙ୍କ ବୋହୂ ନୀଳିକା ପରିବାରର ସମ୍ପତ୍ତି ନିଜ ନାମରେ କରିବାକୁ ଚାହୁଁଛି। ହେଲେ ତାଙ୍କ ପୁଅ ଏଥିରେ ରାଜି ନ ହେବାରୁ ବୋହୂ ନିଜ ବାପଘର ଲୋକଙ୍କୁ ଡକାଇ ତାଙ୍କୁ ଏବଂ ତାଙ୍କ ପୁଅକୁ ମାଡ଼ ମାରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ବୋହୂ ଶାଶୁର ଚୁଟିକୁ ଧରି ଘୋଷାରି ବିଧା ଗୋଇଠା ମାରୁଛି। ବୋହୂର ବାପା ଏବଂ ଭାଇ ଆସି ପୁଅକୁ ମାଡ଼ ମାରୁଛନ୍ତି, ଯାହା ଅତ୍ୟନ୍ତ ହୃଦୟ ବିଦାରକ।

- Advertisement -

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories