www.samajalive.in
Wednesday, December 10, 2025
16.1 C
Bhubaneswar

ମଦ ମୃତ୍ୟୁ ୯୮କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦପାନ ଜନିତ ମୃତ୍ୟୁସଂଖ୍ୟା ଶନିବାର ୯୮କୁ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ୭୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଉତ୍ତରାଖଣ୍ଡରେ ୨୬ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର ସାହାରଣପୁର ଜିଲାରେ ସର୍ବାଧିକ ୬୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏହି ରାଜ୍ୟର କୁଶୀନଗର ଜିଲାରେ ୮ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡର ହରିଦ୍ବାର ଜିଲା ବାଲୁପୁର ଗ୍ରାମରେ ୨୬ଜଣଙ୍କର ମୃତ୍ୟୁ ହୋଇଛି। ମୃତବ୍ୟକ୍ତିଙ୍କ ଭିସେରା ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଅନେକ ଅସୁସ୍ଥ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହି ଘଟଣାରେ ଉତ୍ତରପ୍ରଦେଶ ସରକାର ୨୫ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଓ ୧୭୮ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ରାଜ୍ୟର ୨୧୦ଟି ସ୍ଥାନରେ ଚଢଉ କରାଯାଇ ୨୨୧୨ ଲିଟର ମଦ ଜବତ କରାଯାଇଛି। ପୁଲିସ ୧୫ଟି ମାମଲା ରୁଜୁ କରିବା ସହ ୭୫ଟି ଭାଟି ଭାଙ୍ଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତବ୍ୟକ୍ତିଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଚିକିତ୍ସାଧୀନ ଲୋକଙ୍କ ପାଇଁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଆଇଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ତଦନ୍ତ ଦଳ ଗଠନ କରାଯାଇଛି। କୁଶୀନଗର ଏସପିଙ୍କ କହିବା ଅନୁଯାୟୀ ବିହାରରୁ ଏହି ବିଷାକ୍ତ ମଦ ଚାଲାଣ ହୋଇଛି। ଏଠାରେ ଆହୁରି ୨୦ଜଣ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟ ସରକାର ୧୩ଜଣ ଅବକାରୀ ଓ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories