ପିଏମ ଶ୍ରୀ ଧାମରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଧାମରା : ଧାମରାରେ ଥିବା ପିଏମ ଶ୍ରୀ ଧାମରାଇ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟ ପରିସର ମଧ୍ୟରେ ହୋଇଥିବା ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ ଶିବିରକୁ ଜାତୀୟ ଶିଶୁ କାର୍ଯ୍ୟକ୍ରମର ସଂଯୋଜକ ଡ ରଞ୍ଜନ କୁମାର ମହାପାତ୍ର, ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁ ରୋଗ ବିଶେଷଜ୍ଞ ଡ.ଅଶୋକ କୁମାର ମିଶ୍ର, ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରର ଆର‌୍ୟୁବେଦିକ ଡା. ଜନ୍ମେଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ୫ଶହରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସମସ୍ତ ପରୀକ୍ଷା କରିବା ସହ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଔଷଧ ମଧ୍ୟ ବିତରଣ କରାଯାଇଥିଲା । ଏହି ଶିବିରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ,ଶ୍ରୀ ପତି ଦାସ,ମୋ ସ୍କୁଲ ଅଭିଯାନର ସଭାପତି ନରହରି ମଲିକ, ବିଦ୍ୟାଳୟ ପରିଚାଳନା  କମିଟିର ସଂପାଦକ ବିକାଶ କୁମାର ଜେନା , ରାମଚନ୍ଦ୍ର ମାରାଣ୍ଡି ,ମନୀଷା ମହାଳିକ, ଗିରିଜା ଶଙ୍କର ଆଚାର୍ଯ୍ୟ. ସନ୍ତୋଷ ଜେନା, ମୋନାଲିସା ଜେନା, ଶୁକୁମାରୀ ସିଂ, କୁସୁମଲତା ସେଠୀ. ସ୍ୱାତୀ ଶୁଭରେଖା ମହାନ୍ତି, ଚିରଞିବ ମଲିକ, ଅଜୟ ନାୟକ, ସୁଶୀଳା କର, ଜ୍ୟୋତ୍ସାପ୍ରଭା ସାହୁ, କନକଲତା ପଣ୍ଡା, କାହ୍ନୁ ଚରଣ ଟୁଡୁ, ମନୁ ର୍ମୁର୍ମୁ, ହୃଶିକେଶ, ଅଶୋକ କୁମାର ବିଶ୍ୱାଳ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଜାତୀୟ ଶିଶୁ କାର୍ଯ୍ୟକ୍ରମର ସଂଯୋଜକ ଡ ରଞନ କୁମାର ମହାପାତ୍ର ମଧ୍ୟ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ଉପଦେଶ ଦେବା ସହ ସମସ୍ତ ଛାତ୍ରଛାତ୍ରୀ ମାନେ କିପରି ନିରୋଗ ରହିବେ ସେ ବିଷୟରେ ବହୁ ତଥ୍ୟ ଉପସ୍ଥାପନା କରିଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପତି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.