www.samajalive.in
Monday, December 8, 2025
24.1 C
Bhubaneswar

ବିଦେଶୀ ମଦ ସହ ଗଞ୍ଜେଇ ସିଗାରେଟ ଜବତ, ଜଣେ ଗିରଫ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ବସଷ୍ଟାଣ୍ଡରେ ଦୋକାନ କରିଥିବା ବରଡ଼ ଭେରାଇଟ ଷ୍ଟୋରରେ ଚକଲେଟ, ବିସ୍କୁଟ, ମିକ୍ଚର ବିକ୍ରି ନାମରେ ଦୀର୍ଘଦିନ ଧରି ଖୁଲମଖୁଲା ଭାବେ ବିଦେଶୀ ମଦ ବିକ୍ରି ହେଉଥିଲା। ଏ ସମ୍ପର୍କରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଖବର ପାଇବା ପରେ ଏକ ସ୍ବତନ୍ତ୍ର ପୁଲିସ ଟିମ୍  ବରଡ଼ ଭେରାଇଟ ଷ୍ଟୋର ଉପରେ ଅଚାନକ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ୧କେଜି ୨୧୦ଗ୍ରାମ ଗଞ୍ଜେଇ ଜବତ ସହ ସିଗାରେଟ୍ ଗୋଗୋ ୧କେଜି ୧୧୦ଗ୍ରାମ, ମିଗ୍ଦୱାଲ୍ ୱିସ୍କି ୫୫ ବୋଟଲ, ଓଲ୍ଡମଙ୍କ ୨୦ଟଟା, ପାଉଚ୍ ୩ଟା, ବିଅର୍ କେନ୍ ୫ ଟା ଏବଂ ୧୭ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା।  ଏହାସହିତ ବେଆଇନ ଭାବେ ନିଶାଦ୍ରବ୍ର ବିକ୍ରି ଅଭିଯୋଗରେ ଦୋକାନୀ ସଦାନନ୍ଦ ବରଡକୁ ଗିରଫ କରାଯାଇଛି ବୋଲି ଏସଡିପିଓ ରାମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories