www.samajalive.in
Saturday, December 13, 2025
21.1 C
Bhubaneswar

ମେ’ ୧୫ ସୁଦ୍ଧା ପ୍ରକାଶ ପାଇବ ସିଏଚ୍‌ଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ

ଭୁବନେଶ୍ବର :ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ମେ’୧୫ ସୁଦ୍ଧା ପ୍ରକାଶ ପାଇବ। ଦ୍ବାଦଶ ଶ୍ରେଣୀ  ଥିଓରୀ ପରୀକ୍ଷା ଗୁରୁବାର ଶେଷ ହୋଇଥିବାବେଳେ  ଆସନ୍ତା ୨ ତାରିଖରୁ ମୂଲ୍ୟାୟନ ପ୍ରକ୍ରିୟା ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାୟ ୩ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ୩୦ ଜିଲାରେ ମୂଲ୍ୟାୟନ କେନ୍ଦ୍ର ଖୋଲିବାକୁ ପରିଷଦ ନିଷ୍ପତ୍ତି ହୋଇଥିବାବେଳେ ମୋଟ ୭୮ କେନ୍ଦ୍ରରେ ମୂଲ୍ୟାୟନ କରାଯିବ। କେତେକ କେନ୍ଦ୍ରରେ ଉଭୟ ଇ-ମୂଲ୍ୟାୟନ ଏବଂ ପାରମ୍ପରିକ ପଦ୍ଧତିରେ ଅଫଲାଇନ୍‌ ଖାତା ଦେଖାଯିବ।

- Advertisement -

ଏପ୍ରିଲ ୨ରୁ ୧୪ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ। ସେହିପରି ଏପ୍ରିଲ ୧୬ରୁ ୨୮ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ୭ରୁ ୮ ହଜାର ଅଧ୍ୟାପକ/ଅଧ୍ୟାପିକା ଓ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ପ୍ରାୟ ୮ ହଜାର ଅଧ୍ୟାପକ ଖାତା ଦେଖିବେ। ଏପ୍ରିଲ ୨୮ ତାରିଖ ସୁଦ୍ଧା ମୂଲ୍ୟାୟନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଖାତା ଦେଖା କାର୍ଯ୍ୟରେ ରାଜ୍ୟର ମୋଟ ୧୫ ହଜାର ଅଧ୍ୟାପକ ନିୟୋଜିତ ହେବେ। ପୂର୍ବରୁ କେତେକ ଜିଲାରେ ପରୀକ୍ଷା କେନ୍ଦ୍ର ନଥିବାବେଳେ ଚଳିତ ବର୍ଷ ଖୋଲାଯାଇଛି।

ଫଳରେ ଅଧ୍ୟାପକ ନିଜ ଜିଲାରେ ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ଗତବର୍ଷ ୩୯ଟି ଇ-ମୂଲ୍ୟାୟନ କେନ୍ଦ୍ର କରାଯାଇଥିବାବେଳେ ଚଳିତ ବର୍ଷ ୫୭ଟି ଇ-ମୂଲ୍ୟାୟନ କେନ୍ଦ୍ର ଖୋଲାଯାଇଛି।  ଅଧ୍ୟାପକ ମନୋନୟନ ଚୂଡ଼ାନ୍ତ ହୋଇସାରିଛି। ଚଳିତ ବର୍ଷ ମୋଟ ୨୪ ଲକ୍ଷ ଖାତା ଉଭୟ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ମୂଲ୍ୟାୟନ କରାଯିବ।

ଏହାପରେ ମେ’ ୧୫ ତାରିଖ ସୁଦ୍ଧା  ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories