ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଟାଉନ୍ ଥାନା କେନ୍ଦୁପଦର ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ କେନ୍ଦୁପଦର ଗାଁର ପ୍ରମୋଦ ବଗର୍ତ୍ତୀଙ୍କ ପୁଅ ଅଭିଜିତ୍ ବଗର୍ତ୍ତୀ ବୋଲି ଜଣାପଡିଛି। ସେ ଏଜେଓ ହାଇସ୍କୁଲରେ ପାଠ ପଢୁଥିଲେ ଏବଂ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ତାଙ୍କ ମା ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ଗତକାଲି ରାତିରେ କୌଣସି କଥାକୁ ନେଇ ବାପା ଘରେ ପାଟିତୁଣ୍ଡ କରିଥିଲେ। ଏଥିରେ ପୁଅ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସେ ନିଜ ଘର ଭିତରେ ବେକରେ ଦଉଡି ଦେଇ ଝୁଲୁଥିବା କିଛି ସାହିଲୋକେ ଦେଖିବାକୁ ପାଇଥିଲେ। ଏହି ସମୟରେ ମାଆ ମୂଲ ଲାଗିବାକୁ ଯାଇଥିଲେ। ସୂଚନା ପାଇ ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତେବେ ସେତେବେଳକୁ ମୃତକଙ୍କ ବାପା ସ୍ତ୍ରୀଙ୍କୁ ଡାକି ମୃତଦେହକୁ ଓହ୍ଲାଇ ସାରିଥିଲେ। ପୁଲିସ ପହଞ୍ଚିବା ପରେ ମୃତଦେହ ଜବତ କରିଥିଲା। ଆଜି ମୃତଦେହ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ପି ସ୍ବରୂପ କିଶନ।
Popular Categories



