www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶା ଜ୍ଞାନ ପ୍ରଣାଳୀ: ସ୍ୱଦେଶୀ ଜ୍ଞାନ ଏବଂ ବୌଦ୍ଧିକ ପରମ୍ପରା ସମ୍ପର୍କିତ ୨ ଦିନିଆ କର୍ମଶାଳା ଅନୁଷ୍ଠିତ

ଡେସ୍କ: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ସଂସ୍କୃତ ବିଭାଗରେ ଅନୁଷ୍ଠିତ ଏକ ଦୁଇ ଦିନିଆ ରାଷ୍ଟ୍ରୀୟ ଆଲୋଚନା ଚକ୍ର ଉଦଯାପିତ ହୋଇଯାଇଛି। ‘ଓଡ଼ିଶା ଜ୍ଞାନ ପ୍ରଣାଳୀ: ସ୍ୱଦେଶୀ ଜ୍ଞାନ ଏବଂ ବୌଦ୍ଧିକ ପରମ୍ପରା’ ଶୀର୍ଷକ ଏହି ଆଲୋଚନା ଚକ୍ରରେ ଉତ୍କଳୀୟ ଜ୍ଞାନ ପରମ୍ପରା, ସାରଳା ସାହିତ୍ୟ, ପୋଥି ପରମ୍ପରା, ଜ୍ୟୋତିଷ ଶାସ୍ତ୍ର, ବ୍ୟାକରଣ ପରମ୍ପରା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବ୍ରହ୍ମବାକ ଶୈକ୍ଷଣୀୟ ସଂସ୍ଥାର ପୃଷ୍ଠପୋଷକତାରେ ଅନୁଷ୍ଠିତ ଏହି କର୍ମଶାଳାରେ ପଦ୍ମଶ୍ରୀ ଡ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି, ଜେଏନୟୁର ଓଡ଼ିଆ ବିଭାଗ ପ୍ରଫେସର ଉଦୟ ନାଥ ସାହୁ ସମ୍ମାନୀତ ଅତିଥି, ଅରୁଣ ଉପାଧ୍ୟାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବ୍ରହ୍ମବାକ ସଭାପତି ପ୍ରଫେସର୍ ସୁବାସ ଚନ୍ଦ୍ର ଦାଶ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର୍ ଚକ୍ରଧର ବେହେରା, ଶ୍ରିନୀରୁଧ ଦାଶ, ଡ ମମତା ମିଶ୍ର ପ୍ରମୁଖ ଏହି କର୍ମଶାଳାରେ ଯୋଗ ଦେଇଥିଲେ।

- Advertisement -

ମହାବିଦ୍ୟାଳୟର ଅଧ୍ୟକ୍ଷା ଡ ଝୂମକି ରଥ ଏହି ଅବସରରେ ସ୍ଵମତ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ଼. ସୁଜିତ ମିଶ୍ର ସ୍ୱାଗତ ଭାଷଣ ଏବଂ ଡ ଶାନ୍ତିପ୍ରିୟା ଦେଵୀ ଧନ୍ୟବାଦ ପ୍ରଦାନ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Hot this week

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

Related Articles

Popular Categories