www.samajalive.in
Saturday, December 13, 2025
17.1 C
Bhubaneswar

ଜେଏସଡବ୍ଲୁ ସହ ହୋଇଥିବା ବୁଝାମଣା ପତ୍ର ରଦ୍ଦ ଦାବିରେ ପ୍ରତିରୋଧ ମଞ୍ଚର ସାଧାରଣ ସଭା 

ପାଟଣା : ଆଜି ଜେଏସଡବ୍ଲୁ ପ୍ରତିରୋଧ ମଞ୍ଚର ଏକ ସାଧାରଣ ସଭା ଯମୁନା ପଶି ହାଟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜେଏସଡବ୍ଲୁ କମ୍ପାନୀ ଅଧିଗ୍ରହଣ କରିବାକୁ ଯାଉଥିବା ୧୮ ଟି ଗ୍ରାମର ଶତାଧିକ କର୍ମୀ ସମବେତ ହୋଇଥିଲେ । ଏହି ସଭାରେ ପ୍ରତିରୋଧ ମଞ୍ଚର ଉପଦେଷ୍ଟା ତଥା ଅଲ ଇଣ୍ଡିଆ କିସାନ କ୍ଷେତ ମଜ଼ଦୂର ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ଼ ରଘୁନାଥ ଦାସ ଯୋଗଦେଇ ତାଙ୍କ ଆଲୋଚନା ପ୍ରସଙ୍ଗରେ ଚାଷ ଜମିରେ କାରଖାନା ପ୍ରତିଷ୍ଠା କରିବା ଆଦୌ ବିଧେୟ ନୁହେଁ ବୋଲି କହିବା ସଂଗେ ସଂଗେ ଚାଷୀ, ମହିଳା, ଶିଶୁ, ଯୁବକ, ଯୁବତୀ, ବୃଦ୍ଧ ବୃଦ୍ଧା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ସେ ତାଙ୍କ ଆଲୋଚନାରେ ଜେଏସଡବ୍ଲୁ ସହ ହୋଇଥିବା ବୁଝାମଣା ପତ୍ରକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ବେଣୁଧର ସର୍ଦ୍ଦାର, ଉପସଭାପତି ଯଥାକ୍ରମେ ଅଚ୍ୟୁତାନନ୍ଦ ନାଏକ, ସୋରଜ କୁମାର ସିଂ, ପ୍ରକାଶ ମଲ୍ଲିକ ଓ ରବୀନ୍ଦ୍ର କୁମାର ମହାନ୍ତ ମଧ୍ୟ ସେମାନଙ୍କ ବକ୍ତବ୍ୟରେ ରକ୍ତ ଦେବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ଦୃଢ ସଂକଳ୍ପ ବ୍ୟକ୍ତ କରିଛନ୍ତି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories