ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଉ ନିର୍ବାଚନରେ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି। ରାଜନୀତିରେ ରହିବେ କିନ୍ତୁ ଆଉ ନିର୍ବାଚନରେ ପ୍ରାର୍ଥୀ ହେବେନି। ବୟସାଧିକ କାରଣ ଯୋଗୁଁ ସେ ନିର୍ବାଚନରେ ପ୍ରାର୍ଥୀ ହେବେନି ବୋଲି କହିଛନ୍ତି। ଦଳ ଏ ସମ୍ପର୍କରେ ତାଙ୍କୁ ପଚାରିଲେ, ସେ ନିଜର କଥା ପ୍ରକାଶ କରିବେ ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ତେବେ ରାଜନୀତିରେ ରହିଲେ ମଧ୍ୟ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି।
Popular Categories



