www.samajalive.in
Monday, December 8, 2025
13.1 C
Bhubaneswar

ସୌରଭ ଭରଦ୍ବାଜ ଦିଲ୍ଲୀ ଆପ୍‌ ମୁଖ୍ୟ, ପଞ୍ଜାବ ଦାୟିତ୍ବରେ ସିସୋଦିଆ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ସୌରଭ ଭରଦ୍ବାଜଙ୍କୁ ଦିଲ୍ଲୀ ଶାଖା ମୁଖ୍ୟ ନିଯୁକ୍ତ କରାଯାଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଞ୍ଜାବ ଶାଖା ଦାୟିତ୍ବ ଦିଆଯାଇଥିବାବେଳେ ପୂର୍ବତନ ମନ୍ତ୍ରୀ ଗୋପାଳ ରାୟ ଗୁଜରାଟ ଦାୟିତ୍ବରେ ରହିବେ ବୋଲି ଜଣାପଡିଛି। ଅପରପକ୍ଷରେ ପଙ୍କଜ ଗୁପ୍ତାଙ୍କୁ ଗୋଆ, ସନ୍ଦୀପ ପାଠକଙ୍କୁୁ ଛତିଶଗଡ, ମେହରାଜ ମାଲିକଙ୍କୁ ଜାମ୍ମୁ-କାଶ୍ମୀର ଶାଖା ମୁଖ୍ୟ ନିଯୁକ୍ତ କରାଯାଇଛି। ନିକଟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଆପ୍‌କୁ କ୍ଷମତାଚ୍ୟୁତ କରି ବିଜେପି ସରକାର ଗଠନ କରିଛି। ଏହି ନିର୍ବାଚନରେ ବିଜେପିକୁ ୪୫.୫ ଏବଂ ଆପ୍‌କୁ ୪୩.୫ ପ୍ରତିଶତ ଭୋଟ ମିଳିଥିଲା। ଏଥିରୁ ଦିଲ୍ଲୀବାସୀ ଏବେମଧ୍ୟ ଆପ୍‌ ଉପରେ ଭରସା ରଖିଥିବା ଭରଦ୍ବାଜ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଶାଖାକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ବ ଦିଆଯିବ ବୋଲି ଭରଦ୍ବାଜ କହିଛନ୍ତି। ଅପରପକ୍ଷରେ ପଞ୍ଜାବରେ ବର୍ତ୍ତମାନ ଆପ୍‌ ନେତା ଭଗୱନ୍ତ ସିଂହ ମାନ୍‌ଙ୍କ ସରକାର ରାଜୁତି କରୁଛି। ତାଙ୍କ ଅମଳରେ ରାଜ୍ୟରେ ଏକାଧିକ ବିକାଶମୂଳକ କାର୍ଯ୍ୟ ସମ୍ପାଦିତ ହୋଇସାରିଥିବାବେଳେ ଏହି କାର୍ଯ୍ୟକୁ ଶହେ ପ୍ରତିଶତ ସଫଳ କରିବାକୁ ସିସୋଦିଆ ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଜାବବାସୀ ଏବେମଧ୍ୟ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜରିୱାଲ ଏବଂ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବାବେଳେ ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ସିସୋଦିଆ କହିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories