www.samajalive.in
Sunday, December 14, 2025
26.1 C
Bhubaneswar

ବାଙ୍କୀ ତୁଳସୀପୁରରେ ବିଶ୍ୱ ଘରଚଟିଆ ଦିବସ ପାଳିତ 

କଳାପଥର : ବାଙ୍କୀ ପରିବେଶ ସୁରକ୍ଷା ସମିତି ଓ ପ୍ରକୃତି ବନ୍ଧୁ ସଂଗଠନ ମିଳିତ ଆନୁକୁଲ୍ୟରେ ଡମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁରସ୍ଥ ଆଙ୍କୁଲା ଟାଙ୍ଗିଠାରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଘରଚଟିଆ ସୁରକ୍ଷା ପାଇଁ ଏକ ସଚେତନତା ସଭା ସ୍ଥାନୀୟ ସମିତି ସଭ୍ୟ ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାପତି ଶ୍ରୀଜେନା ଘରଚଟିଆଙ୍କ ବଂଶ ବୃଦ୍ଧି ପାଇଁ ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଦେଇଥିଲେ । ପ୍ରକୃତି ବନ୍ଧୁ ସଂଗଠନର ଆବାହକ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପରିବେଶବିତ୍ ତଥା ବାଙ୍କୀ କଲେଜର ପୂର୍ବତନ ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି କହିଥିଲେ ଘରଚଟିଆର ବଂଶ ଆସ୍ତେ ଆସ୍ତେ ଲୋପ ପାଇଥିବାରୁ ଘରଚଟିଆଙ୍କ ଚିକିରିମିକିରି ଶବ୍ଦ ଆଉ ଶୁଣିବାକୁ ମିଳୁନାହିଁ । ଏହି କ୍ଷୁଦ୍ର ପକ୍ଷୀ ପରିବେଶକୁ ସ୍ୱଚ୍ଛ ରଖିବାରେ ସହାୟତା କରିଥାଏ ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀ ପରିବେଶ ସୁରକ୍ଷା ସମିତିର ଆବାହକ ପ୍ରକୃତିବନ୍ଧୁ ଦୀପକ କୁମାର ସାମନ୍ତରାୟ ଯୋଗଦାନ କରି ବିଗତ କିଛି ବର୍ଷ ମଧ୍ୟରେ ଘରଚଟିଆ ବିଲୁପ୍ତ ହୋଇଯିବାକୁ ବସିଲାଣିତ ଓ ଏହି ପରିପ୍ରେକ୍ଷୀରେ ସେମାନଙ୍କର ସୁରକ୍ଷା ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଧନଞ୍ଜୟ ମହାପାତ୍ର ଦିଲ୍ଲିପ କୁମାର ସାହୁ, କୃପାସିନ୍ଧୁ ପୃଷ୍ଟି, ଅମୂଲ୍ୟ ଚରଣ ଦାସ, ଅନାଦୀ ସାହୁ, ରୁଦ୍ର ନାରାୟଣ ସାହୁ, ବିଶ୍ୱନାଥ ପ୍ରଧାନ, ଲକ୍ଷ୍ମୀଧର ସିଂହ, କାର୍ତ୍ତିକ ମହାପାତ୍ର, ମହେଶ୍ୱର ଜେନା, ନିତ୍ୟାନନ୍ଦ ମହାପାତ୍ର, ବ୍ରଜବନ୍ଧୁ ପୃଷ୍ଟି, ପ୍ରକାଶ ସାହୁ, ଚନ୍ଦ୍ରଶେଖର ହାତୀ, କୃଷ୍ଣଚନ୍ଦ୍ର ସାହୁ, ଚନ୍ଦନ ସାହୁ, ରାମଚନ୍ଦ୍ର ସାହୁ, ଉମେଶ ମହାପାତ୍ର ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଭାଗନେଇଥିଲେ ଓ ଆଗାମୀ ଦିନରେ ଗାଁ ଗାଁରେ ବୁଲି ଘରଚଟିଆ ସୁରକ୍ଷା ପାଇଁ ସଚେତନତା ପଦଯାତ୍ରା ସହିତ ମାଟି ନିର୍ମିତ ପାତ୍ର ସମସ୍ତଙ୍କ ଘର କାନ୍ଥରେ ରଖିବା ପାଇଁ ପ୍ରୟାସ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories