www.samajalive.in
Saturday, December 6, 2025
26.1 C
Bhubaneswar

ନାଗପୁର ହିଂସା ଷଡ଼ଯନ୍ତ୍ରକାରୀ ଗିରଫ

ମୁମ୍ବଇ: ମହାରାଷ୍ଟ୍ର ନାଗପୁରରେ ହୋଇଥିବା ହିଂସାର ଷଡ଼ଯନ୍ତ୍ରକାରୀ (ମାଷ୍ଟରମାଇଣ୍ଡ) ଫହିମ୍ ସାମିମ୍ ଖାଁକୁ ପୁଲିସ ବୁଧବାର ଗିରଫ କରିଛି। ଗିରଫ ପରେ ତାଙ୍କୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ଫହିମ୍ ସଂଖ୍ୟାଲଘୁ ଗଣତାନ୍ତ୍ରିକ ପାର୍ଟି (ଏମଡିପି)ର ଜଣେ ସ୍ଥାନୀୟ ନେତା। ମାର୍ଚ୍ଚ ୧୭ରେ ନାଗପୁରରେ ହୋଇଥିବା ହିଂସାକୁ ନେଇ ଫହିମ୍‌ଙ୍କ ବିରୋଧରେ ଗଣେଶପେଠ ଥାନାରେ ମାମଲା ଦାୟର ପରେ ପୁଲିସ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ପୁଲିସ ଫହିମଙ୍କ ହିଂସାରେ ସମ୍ପୃକ୍ତି ନେଇ କେତେକ ଫଟୋ ଓ ଭିଡିଓ ଜାରି କରିଥିଲା। ଭିଡିଓରେ ସେ ତାଙ୍କ ସମର୍ଥକଙ୍କୁ ହିଂସା ପାଇଁ ଉସୁକାଇବା ସହିତ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଥିବା ଦେଖିବାକୁ ମିଳିଛି। ୩୮ବର୍ଷୀୟ ଫହିମ୍‌ ନାଗପୁର ସହର ପାଇଁ ଏମ୍‌ଡିପିର ସଭାପତି ଅଛନ୍ତି। ସେ ଯଶୋଧାରା ନଗରର ସଞ୍ଜୟ ବାଗ୍ କଲୋନୀର ବାସିନ୍ଦା। ୨୦୨୪ ଲୋକସଭା ନିର୍ବାଚନରେ ସେ ନାଗପୁର ଆସନରେ ନୀତିନ ଗଡକରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ମାର୍ଚ୍ଚ ୧୭ରେ ସମ୍ଭାଜୀନଗରରେ ଥିବା ମୋଗଲ ସମ୍ରାଟ ଔରଙ୍ଗଜେବ୍‌ଙ୍କ ଗମ୍ବୁଜକୁ ଉଚ୍ଛେଦ କରିବାକୁ ଦାବି କରି ଦକ୍ଷିଣପନ୍ଥୀ ସଂଗଠନଗୁଡିକ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଏହି ବିକ୍ଷୋଭକାରୀମାନେ କୋରାନକୁ ଅପବିତ୍ର କରିଥିବା ନେଇ ମିଛ ଗୁଜବ ପ୍ରଚାର କରାଯାଇଥିଲା। ଏହି ଗୁଜବରୁ ହିଂସା ସୃଷ୍ଟି ହୋଇଥିଲା। ହିଂସାରେ ଜଡିତ ୫୪ ଜଣଙ୍କୁ ପୁଲିସ ଗିରଫ କରିଛି। ଏଥିରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କେତେକ କର୍ମୀ ମଧ୍ୟ ଅଛନ୍ତି। ହିଂସାରେ ଅନେକ ଗାଡି ମୋଟର ପୋଡି ହୋଇଥିବାବେଳେ ୩୪ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ଜଣ ଡିସିପି ପାହ୍ୟାର ପୁଲିସ ଅଧିକାରୀ ଅଛନ୍ତି। ହିଂସା ସମୟରେ ଜଣେ ମହିଳା ପୁଲିସଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ହିଂସା ଏବେ ନିୟନ୍ତ୍ରଣାଧୀନ ଥିବାବେଳେ ୧୦୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories