www.samajalive.in
Sunday, December 14, 2025
26.1 C
Bhubaneswar

ଜନ୍ ଆବ୍ରାହମ୍‌ କିଣିଲେ ନୂଆ ଥାର୍ ରକ୍ସ: ଜାଣନ୍ତୁ ଖାସ୍ ରୂପେ ଅଭିନେତାଙ୍କ ପାଇଁ ପ୍ରସ୍ତୁତ ଏହି ଗାଡ଼ିର ଦାମ୍‌

ସମାଜ ଡିଜିଟାଲ ଡେସ୍କ: ଅଭିନେତା ଜନ୍‌ ଆବ୍ରାହମ କାର୍‌ରୁ ଅଧିକ ବାଇକ ପ୍ରେମୀ ଭାବେ ଜଣାଶୁଣା, କିନ୍ତୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ନୂଆ ଥାର୍‌ ରକ୍ସ ତାଙ୍କ ମନ କିଣି ନେଇଛି। ଜନ୍ ନିଜ ପାଇଁ ଏକ କଷ୍ଟୋମାଇଜ୍‌ଡ ମହିନ୍ଦ୍ରା ଥାର୍ ରକ୍ସ ଏସୟୁଭି କିଣିଛନ୍ତି, ଯାହାକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମୁଖ୍ୟ ଡିଜାଇନର ପ୍ରତାପ ବୋଷ ବିଶେଷ ଭାବରେ ଡିଜାଇନ୍ କରିଛନ୍ତି ଏବଂ ଗାଡ଼ିର ବାହାର ଏବଂ ଭିତରର ବିଭିନ୍ନ ସ୍ଥାନରେ ଜେଏ ବ୍ୟାଜିଙ୍ଗ୍‌ ଦେଖିବାକୁ ମିଳିଛି।

ଜନ୍‌ଙ୍କ ପାଇଁ ବିଶେଷ ରୂପେ କଷ୍ଟୋମାଇଜ୍‌ଡ :

- Advertisement -

ଜନ୍ ଆବ୍ରାହମଙ୍କ ନୂଆ Mahindra Thar Roxxରେ ଅନେକ କଷ୍ଟମ୍ ପରିବର୍ତ୍ତନ ସହିତ ଉନ୍ନତ ଫିଚର ରହିଛି। ତାଙ୍କର ଏହି ଏସୟୁଭି କଳା ରଙ୍ଗର। ଏହା ଏକ ପରିବର୍ତ୍ତିତ ଭର୍ସନ। ଏହା ସାଧାରଣ ଥାର୍ ରକ୍ସଠାରୁ ଟିକିଏ ଅଲଗା। ଏଥିରେ କଳା ବ୍ୟାଜ୍ ମଧ୍ୟ ଲଗାଯାଇଛି। ପାର୍ଶ୍ୱରେ କଷ୍ଟମ୍ ମେଡ୍‌ କଳା ବ୍ୟାଜ୍ ଅଛି। ଫ୍ରଣ୍ଟ ଫେଣ୍ଡରରେ Mahindra Thar ଲେଖା ହୋଇଥିବା କଳା ବ୍ୟାଜ୍ ଅଛି। ୪x୪ର କଳା ବ୍ୟାଜ୍ ରହିଛି, ଯେଉଁଥିରେ ନାଲି ରଙ୍ଗର ଇନ୍‌ସର୍ଟ ରହିଛି। ସାଧାରଣ ଥାର୍‌ରେ ଏସବୁ କ୍ରୋମ୍‌ରେ ଥାଏ। ସବୁଠୁ ଖାସ୍‌ କଥା ହେଉଛି, ସି-ପିଲରରେ ‘JA’ ଲେଖା ରହିଛି।

ଇଣ୍ଟେରିୟର ଓ ଫିଚର:

ଜନ୍ ଆବ୍ରାହମଙ୍କ ନୂଆ ମହିନ୍ଦ୍ରା ଥାର୍ ରକ୍ସର ଭିତର ରଙ୍ଗ ଡାର୍କ ମୋଚା ବ୍ରାଉନ। ଲେଫ୍ଟ ଏସି ଭେଣ୍ଟ ତଳେ ଏକ ପ୍ଲେଟ ଅଛି। ଏଥିରେ ମେଡ୍ ଫର ଜନ୍ ଆବ୍ରାହମ ଲେଖା ହୋଇଛି। ଏଥିରୁ ଜଣାପଡ଼ୁଛି ଯେ, ଏହି ଗାଡ଼ି ବିଶେ​‌ଷ କରି ଜନ୍‌ଙ୍କ ପାଇଁ ତିଆରି ହୋଇଛି। ଆଗ ଏବଂ ପଛ ହେଡ୍‌ରେଷ୍ଟରେ ମଧ୍ୟ ହଳଦିଆ ରଙ୍ଗରେ ‘JA’ ଲେଖା ଯାଇଛି। ଜନ୍ ଆବ୍ରାହମଙ୍କ ଥାର୍ ରକ୍ସ ଟପ୍ ମଡେଲ୍ AX7 L, ଯେଉଁଥିରେ ସମସ୍ତ ଉନ୍ନତ ଫିଚର ରହିଛି।

ଥାର୍‌ ରକ୍ସର ବର୍ତ୍ତମାନର ଏକ୍ସ ଶୋରୁମ୍‌ ମୂଲ୍ୟ ୧୨.୯୯ ଲକ୍ଷରୁ ୨୩.୦୯ ଲକ୍ଷ ଟଙ୍କା ରହିଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories