www.samajalive.in
Sunday, December 14, 2025
26.1 C
Bhubaneswar

ଷ୍ଟ୍ରବେରୀ ଚାଷ ଆଦିବାସୀଙ୍କୁ କରିଛି ସ୍ୱାବଲମ୍ବୀ

କେନ୍ଦୁଝରଗଡ଼: ଷ୍ଟ୍ରବେରୀ ଚାଷ ସାଧାରଣତଃ ଥଣ୍ଡା ଜଳବାୟୁରେ ହେଉଥିବା ବେଳେ ମହାରାଷ୍ଟ୍ର ଓ ଜାମ୍ମୁକାଶ୍ମୀରରେ ସର୍ବାଧିକ ପରିମାଣରେ ଏହାର ଉତ୍ପାଦନ ହୋଇଥାଏ। କିନ୍ତୁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ପ୍ରଥମଥର ପାଇଁ ବ୍ୟବସାୟିକ ଷ୍ଟ୍ରବେରୀ ଚାଷ ହରିଚନ୍ଦନପୁର ବ୍ଳକରେ ଆରମ୍ଭ ହୋଇଛି। ପ୍ରାୟ ୬ ଏକର ଜମିରେ ୬୦ ହଜାର ଚାରାରୋପଣ ପରେ ଉତ୍ପାଦନ ଆରମ୍ଭ ସହ ଖୋଲା ବଜାରରେ ବିକ୍ରୟ ଆରମ୍ଭ କରାଯାଇଛି।

ଆସନ୍ତାବର୍ଷ ତେଲକୋଇ ଓ ସାହାରପଡା ବ୍ଲକ୍‌‌ରେ ଏହି ଚାଷ ଆରମ୍ଭ କରାଯିବ ବୋଲି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) କେନ୍ଦୁଝର ପକ୍ଷରୁ ଆଶା ରଖାଯାଇଛି। ଷ୍ଟ୍ରବେରୀ ଚାଷ ପାଇଁ ପ୍ରକୃଷ୍ଠ ସମୟ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ହୋଇ ଫେବୃୟାରୀରେ ଅମଳ ହୋଇଥାଏ। ଥଣ୍ଡା ପାଗ ଥିଲେ ମାର୍ଚ୍ଚ ପର୍ଯ୍ୟନ୍ତ ଫସଲ ଅମଳ ହୁଏ। ତେବେ ଓଡ଼ିଶାରେ କନ୍ଧମାଳ ସହିତ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ଷ୍ଟ୍ରବେରୀ ଚାଷ ହେଉଥିବା ବେଳେ କେନ୍ଦୁଝରରେ ଚଳିତବର୍ଷ ପ୍ରଥମଥର ଆରମ୍ଭ ହୋଇଛି।

- Advertisement -

ବଣପାହାଡ ଘେରା ଆଦିବାସୀ ବହୁଳ ହରିଚନ୍ଦନପୁର ବ୍ଳକ ଜୁଙ୍ଗା ପଞ୍ଚାୟତର ଜୁଙ୍ଗା ଏବଂ ବଲାଣିପଶି ଗ୍ରାମରେ ୬ ଏକର ଜମିରେ ପରୀକ୍ଷାମୂଳକ ଭାବେ ଏହି ଚାଷ କରି ସଫଳତା ମିଳିଥିବା ଆଇଟିଡିଏ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଦ୍ୱାରା ଏହି ଦୁଇ ଗ୍ରାମର କିଛି ଚାଷୀ ଓ ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଆଇଟିଡିଏ ପକ୍ଷରୁ ଆର୍ଥିକ ସହାୟତା ସହ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି।

ଜୈବିକ ଖତ ସହିତ ଔଷଧ ଏବଂ ବୁନ୍ଦା ଜଳ ବ୍ୟବସ୍ଥା ପାଇଁ ଆଇଟିଡିଏ ସହାୟତା କରିଛି। ମାଟିହୁଡାରେ ପଲିଥିନ ଢାଙ୍କିବା ବା ମଲଚିଂ ପଦ୍ଧତିରେ ଚାଷର ଯତ୍ନ, ଅମଳ ଓ ପ୍ୟାକିଂ ସମ୍ପର୍କରେ ଗ୍ରାମର ଆଦିବାସୀ ମହିଳାଙ୍କୁ ତାଲିମ ଦିଆଯାଇଥିଲା। ଏହି ଆଧାରରେ ଜୁଙ୍ଗା ଗ୍ରାମର କୃପାସିନ୍ଧୁ ସ୍ୱଂୟ ସହାୟକ ଗୋଷ୍ଠୀ ଏହି ନୂତନ ଚାଷ ଆରମ୍ଭ କରିଛନ୍ତି।

ଆଗରୁ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ବେଶ୍‌‌ ଦି’ପଇସା ଲାଭ କରି ଆସୁଥିଲେ। ଏବେ ଷ୍ଟ୍ରବେରୀ ଚାଷ ବେଶ ଲାଭଦାୟକ ହୋଇଥିବା ବେଳେ ସରକାର ପ୍ରୋତ୍ସାହନ ଦେଇଥିବାରୁ ଏହି ଚାଷ କରିବାକୁ ଆଗେଇ ଆସିଛନ୍ତି ଜୁଙ୍ଗା ଓ ବଲାଣିପଶି ଗ୍ରାମର ଆଦିବାସୀ ମହିଳା।

ଏହି ଷ୍ଟ୍ରବେରୀ ଚାଷ ବିଷୟରେ ଜାଣିଥିଲୁ କିନ୍ତୁ କେବେ ଏହା ଚାଷ କରିବୁ ବୋଲି ଜାଣି ନଥିଲୁ। ଆଇଟିଡିଏର ଅଧିକାରୀମାନେ ଆସି ଆମକୁ ବୁଝାଇବାରୁ ଏହାକୁ ଆମେ ଆରମ୍ଭ କଲୁ ବୋଲି ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ମନିଷା ନାଏକ ଏହା କହିଛନ୍ତି। ସାଧାରଣରେ ଓ ବଜାରରେ ଏହାର ବେଶ ଚାହିଦା ରହିଛି। ଲୋକମାନଙ୍କ ମଧ୍ୟରେ ଏହା ବେଶ ଆଦୃତ ହେଲାଣି। ଏହା ଦେଖି ଆମକୁ ବେଶ ଖୁସି ଲାଗୁଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହାକୁ ବେଶ ପ୍ରଶଂସା କରିବା ପରେ ଆମକୁ ଆହୁରି ପ୍ରେରଣା ମିଳିଥିବା ମନିଷା ନାଏକ କହିଛନ୍ତି। ଏହି ଚାଷ ଦ୍ୱାରା ଆମ ପରିବାର ବେଶ ଲାଭବାନ ହୋଇଛି। ଏଭଳି ଜାଗାରେ ଏହି ଚାଷ ହେବ ବୋଲି ଆଶା କରିନଥିବା ବେଳେ ଏହାକୁ ବଜାରରେ ବିକି ବେଶ କିଛି ରୋଜଗାର ହେଉଛି ବୋଲି ପ୍ରକାଶ କରିଛନ୍ତି ଷ୍ଟ୍ରବେରୀ ଚାଷୀ ଇନ୍ଦୁମନ୍ତୀ ବିଶ୍ୱାଳ। ପ୍ରତି ଗଛରେ ଚଳିତବର୍ଷ ଦୁଇଶହ ପର୍ଯ୍ୟନ୍ତ ଫଳ ଉତ୍ପାଦନ ହେବା ଲକ୍ଷ୍ୟ ରହିଥିବା ବେଳେ ଏବେ ଦୈନିକ କୋଡ଼ିଏ କିଲୋଗ୍ରାମରୁ ଅଧିକ ପର୍ଯ୍ୟନ୍ତ ଫଳ ଅମଳ ହେଉଛି।

ଏଥିପାଇଁ କେନ୍ଦୁଝର ସହରର ପ୍ରମୁଖ ସ୍ଥାନରେ ଷ୍ଟ୍ରବେରୀ ପ୍ୟାକେଟ୍‌‌ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ପ୍ରତ୍ୟେକ ଚାରାରୁ ୩ ବର୍ଷ ପର୍ଯ୍ୟନ୍ତ ଷ୍ଟ୍ରବେରୀ ଫଳିବ। ପ୍ରଥମ ପର୍ଯ୍ୟାୟରେ ଷ୍ଟ୍ରବେରୀ ଚାଷରୁ ସଫଳା ମିଳିବା ପରେ ଆସନ୍ତାବର୍ଷ ତେଲକୋଇ ଓ ସାହାରପଡା ବ୍ଲକ୍‌‌ର ୨୦ଏକର ଜମିରେ ଷ୍ଟ୍ରବେରୀ ଚାଷ କରାଯିବା ଲକ୍ଷ୍ୟ ରଖାଯାଇଥିବା ଆଇଟିଡିଏ ପକ୍ଷରୁ କୁହାଯାଇଛି। ଥରେ ଚାରାରୋପଣ କଲେ ୩ବର୍ଷ ପର୍ଯ୍ୟନ୍ତ ଫଳ ହେଉଥିବାରୁ ଚାଷୀ ମାନେ ବେଶ ଲାଭବାନ ହେବେବୋଲି ଏହାକୁ ତତ୍ତ୍ୱ୍ୱାବଧାନ କରିଥିବା ସ୍ୱେଛାସେବୀ ସଙ୍ଗଠନ ଓସ୍କା ସମ୍ପାଦିକା ଧରିତ୍ରୀ ରାଉତ କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories