www.samajalive.in
Sunday, December 14, 2025
26.1 C
Bhubaneswar

୨୨୫ ବର୍ଷର ଐତିହାସିକ ଦୋଳ ମେଳଣ

ଧାମରା,- :ରାଜା ରାଜୁତି ସମୟରେ ଆରମ୍ଭ ହୋଇଥିବା ଐତିହାସିକ ମତୋ ଦେଶ ମେଳଣ ୨୨୫ ବର୍ଷରେ ପହଞ୍ଚିଛି। ଏହି ମେଳଣ ଦେଖିବାକୁ କୋଣ ଅନୁ କୋଣରୁ ହଜାର ହଜାର ଦର୍ଶକଙ୍କ ଆସିଥାଆନ୍ତି । ମେଳଣକୁ ଆସିଥିବା ଦର୍ଶକମାନେ ରାଧା କୃଷ୍ଣଙ୍କୁ ଅବିର ପ୍ରଦାନ ସହ ନିଜ ନିଜ ଭିତରେ ଫଗୁ ଲଗାଇ ଭାଇ ଚାରା ବଜାଇ ରଖିଥାନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଐତିହାସିକ ମତୋ ଦେଶ ମେଳଣ ମତୋ ସମେତ ଆଖପାଖ ୨୫ ରୁ ୩୦ ପଞ୍ଚାୟତରେ ବିଭିନ୍ନ ଗାଁ ଚଳ ଚଞ୍ଚଳ ହୋଇ ଉଠିଥାଏ।

ବିଭିନ୍ନ ଗାଁ ରୁ ବିମାନ ବାହାରି ଗାଁ ଗାଁ ବୁଲିଥାନ୍ତି। ରାଜା ରାଜୁତି ସମୟରୁ ଆରମ୍ଭ ହୋଇଥିବା ଏହି ମେଳଣ ଏବେ ୨୨୫ ବର୍ଷରେ ପହଞ୍ଚିଛି । ୧୮୦୧ ମସିହାରେ ମତୋ ଅଞ୍ଚଳରେ ଲୋକଙ୍କ ସହଯୋଗରେ କନିକା ରାଜା ଆରମ୍ଭ କରିଥିଲେ ଏହି ମେଳଣ। ମେଳଣ ଦିନ ମେଳଣ ପଡିଆରେ ରାଜାଙ୍କ ବିମାନ ସହ ଆଖ ପାଖ ଅଞ୍ଚଳରୁ ୧୫୦ରୁ ଊର୍ଦ୍ଧ୍ୱ ବିମାନ ଏକଜୁଟ ହୋଇ ଭୋଗ ଖାଇଥାନ୍ତି। ମେଳଣକୁ ଉପଭୋଗ କରିବାକୁ ଆସିଥିବା ଦର୍ଶକମାନେ ସମସ୍ତ ବିମାନରେ ଥିବା ଠାକୁରଙ୍କୁ ଶ୍ରଦ୍ଧାରେ ଅବିର ଲଗାଇ ଥାନ୍ତି। ପରମ୍ପରା ଅନୁସାରେ ପ୍ରଥମେ ରାଜା ଘର ଠାକୁର ମେଳଣ ପଡିଆକୁ ପ୍ରବେଶ କରୁଥାଏ ପରେ ପରେ ଅନ୍ୟ ବିମାନ ସବୁ ପ୍ରବେଶ କରିଥାନ୍ତି। ହଜାର ହଜାର ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା। କମିଟି ସଦସ୍ୟମାନେ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲେ । ମେଳଣରେ ସ୍ୱତନ୍ତ୍ରତା ହେଲା ଅବିର ଖେଳ ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories