www.samajalive.in
Sunday, December 14, 2025
26.1 C
Bhubaneswar

ଦେଢ଼ବର୍ଷର ନିଖୋଜ ଶିଶୁକୁ ପାଇଲେନି ପୁଲିସ ଓ ଅନୁସନ୍ଧାନୀ କୁକୁର

କଲ୍ୟାଣସିଂହପୁର – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡିମାଳ ୧୫ନମ୍ବର ୱାର୍ଡର ଦେଢ଼ବର୍ଷର ଶିଶୁ ନିଖୋଜ ହୋଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଭିତ୍ତିକରି ଦୁଇଦିନ ଧରି ପୁଲିସ ଖୋଜିବା ପରେ ଆଜି ଅନୁସନ୍ଧାନୀ କୁକୁର ସାହାଯ୍ୟରେ ଖୋଜୁଥିବା ଦେଖିବାକୁ ମିଳିଛି । କୁକୁର ଟି ନିଖୋଜ ଶିଶୁଙ୍କ ଘରଠାରୁ ବାହାରି ଗାଧୁଆ ତୁଠ ପର୍ଯ୍ୟନ୍ତ ଯାଇ ଫେରି ଆସି ଥିଲା।

ଘାଗୁଡିମାଳ ଗ୍ରାମର ନାଗବଂଶ ଅଜିତ ଙ୍କ ଏକ ବର୍ଷ ଛଅ ମାସର ପୁଅ ନିଲେସ ନାଗବଂଶ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ମଙ୍ଗଳବାର ସନ୍ଧ୍ୟା ୫ଘଣ୍ଟା ସମୟରେ ଗାଁ ମୁଣ୍ଡରେ ଏହି ଶିଶୁଟି ଖେଳୁଥିଲା । ରାତି ପର୍ଯ୍ୟନ୍ତ ପୁଅ ନିଲେସ ଘରକୁ ନ ଆସିବାରୁ ବାପା ଅଜିତ ,ଜେଜେବାପା ଯୁଧିଷ୍ଠିର, ମାଆ ଲିପି ନାଗବଂଶ ପରିବାର ସହ ଗ୍ରାମବାସୀ ମିଳିତରେ ଗ୍ରାମ ଆଖ ପାଖ, ନଦୀ ନାଳ, ଲତାବୁଦା ଖୋଜାଖୋଜି କରିଥିଲେ ।କିନ୍ତୁ ପୁଅର କୌଣସି ସନ୍ଧାନ ପାଇନଥିଲେ । ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ଥାନାଅଧିକାରୀ ନୀଳକଣ୍ଠ ବେହେରା ,ଏଏସଆଇ ପୁରୁଷୋତ୍ତମ ଜାନି ପ୍ରମୁଖ କର୍ମଚାରୀ ମାନେ ଉକ୍ତ ଗ୍ରାମକୁ ଯାଇ ଶିଶୁର ନିଖୋଜ ବିଷୟରେ ଅନୁସନ୍ଧାନ କରିଥିଲେ । କୌଣସି ସନ୍ଧାନ ନ ମିଳିବାରୁ ଶୁକ୍ରବାରରେ ସନ୍ଧାନୀ କୁକୁର ଆଣି ଖୋଜାଖୋଜି କରିଥିଲେ । ସନ୍ଧାନୀ କୁକୁର ମଧ୍ୟ ଆଜି ଫେଲ ମାରିଥିବାରୁ ପରିବାର ସମେତ ଗ୍ରାମବାସୀ ଶିଶୁକୁ କିଏ ନେଇଯାଇ ଥିବା ସନ୍ଦେହରେ ଦୁଃଖ ପ୍ରକାଶକରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories