www.samajalive.in
Sunday, December 14, 2025
23.1 C
Bhubaneswar

ତାର୍ପୋଲିନ୍‌ରେ ଢଙ୍କା ଯିବ ସମ୍ଭଲର ୧୦ ମସ୍‌ଜିଦ

ଲକ୍ଷ୍ନୌ: ପବିତ୍ର ହୋଲି ପର୍ବ ପାଳନ ଅବସରରେ ଉତ୍ତର ପ୍ରଦେଶର ସମ୍ଭଲ ସହରରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୧୪ରେ ହୋଲି ପର୍ବ ପାଇଁ ସହରରେ ହିନ୍ଦୁ ସଂପ୍ରଦାୟଙ୍କ ପକ୍ଷରୁ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ଅପରପକ୍ଷରେ ସେଦିନ ଶୁକ୍ରବାର ହୋଇଥିବାରୁ ମୁସଲମାନ ସଂପ୍ରଦାୟର ଲୋକେ ନମାଜପାଠ କରିବାକୁୁ ମସଜିଦକୁ ଯିବେ। ତେଣୁ ଦୁଇ ସଂପ୍ରଦାୟର ଧାର୍ମିକ ଭାବନା ଯେପରି ଅକ୍ଷୁଣ୍ଣ ରହେ, ସେଥିପାଇଁ ସମ୍ଭଲ ସହରରେ ଥିବା ୧୦ଟି ମସଜିଦକୁ ତାର୍ପୋଲିନ ଏବଂ ପ୍ଲାଷ୍ଟିକ ଚାଦରରେ ଢଙ୍କା ଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ମସଜିଦ ମଧ୍ୟରେ ଜାମା ମସଜିଦ ମଧ୍ୟ ସାମିଲ ରହିଛି। ଦୁଇ ସଂପ୍ରଦାୟ ମଧ୍ୟରେ ଆପୋଷ ବୁଝାମଣା ପରେ ମସଜିଦକୁ ତାର୍ପୋଲିନରେ ଢାଙ୍କିବା ନିଷ୍ପତ୍ତି ନିଆଯାଇଛି ବୋଲି ସମ୍ଭଲ ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବରରେ ସମ୍ଭଲସ୍ଥିତ ଜାମା ମସଜିଦରେ ସର୍ଭେ କାର୍ଯ୍ୟକୁ ନେଇ ସାଂପ୍ରଦାୟିକ ହିଂସାର ସୂତ୍ରପାତ ହୋଇଥିଲା। ପୁଲିସ କାର୍ଯ୍ୟାନୁଷ୍ଠାରେ ୫ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣାଧୀନ ହୋଇ ଆସୁଥିବାବେଳେ ଚଳିତ ସପ୍ତାହ ପ୍ରାରମ୍ଭରେ ସମ୍ଭଲରେ ଅବସ୍ଥାପିତ ଜଣେ ପୁଲିସ ଅଧିକାରୀଙ୍କ ବୟାନକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ଅନୁଜ କୁମାର ନାମକ ଏହି ପୁଲିସ ଅଧିକାରୀ କହିଥିଲେ ଯେ ବର୍ଷକରେ ଥରେ ହୋଲି ପର୍ବ ପାଳନ କରାଯାଉଥିବାବେଳେ ୫୨ ଥର ଶୁକ୍ରବାର ନମାଜ ପାଠ ସୁବିଧା ରହିଛି। ତେଣୁ ମୁସଲମାନ ସଂପ୍ରଦାୟର ଲୋକେ ଉକ୍ତ ଦିନ ପଦାକୁ ନ ବାହାରି ଘରେ ରହିବା ଉଚିତ। ଅନୁଜଙ୍କ ଏଭଳି ବୟାନକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସମର୍ଥନ ଜଣାଇଛନ୍ତି। ଅପରପକ୍ଷରେ ଜାମା ମସ୍‌ଜିଦ୍‌କୁ ଚୂନ ଧଉଳା କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories