www.samajalive.in
Friday, December 12, 2025
23.1 C
Bhubaneswar

୭ ରାଜ୍ୟକୁ ଏକାଠି କରିବାକୁ ଷ୍ଟାଲିନଙ୍କ ଉଦ୍ୟମ

ଚେନ୍ନଇ: ସଂସଦୀୟ କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରିବା ଲାଗି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ୭ଟି ରାଜ୍ୟକୁ ଏକାଠି କରିବାକୁ ଉଦ୍ୟମ କରିଛନ୍ତି। ଏହି ପ୍ରସଙ୍ଗରେ ସେ ଦକ୍ଷିଣ ଭାରତର ୪ଟି ରାଜ୍ୟ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ସହିତ ପଶ୍ଚିମବଙ୍ଗ, ଓଡ଼ିଶା ଓ ପଞ୍ଜାବକୁ ଏକଜୁଟ୍ କରିବାକୁ ଯୋଜନା କରିଛନ୍ତି। ଯୋଜନା ଅନୁଯାୟୀ ଏହିସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଷ୍ଟାଲିନ ଚିଠି ଲେଖିଛନ୍ତି। ଚିଠିରେ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଏକ ଯୁଗ୍ମ କାର୍ଯ୍ୟକାରୀ କମିଟି (ଜେଏସି) ଗଠନ ପ୍ରସ୍ତାବ ଦେଇଛନ୍ତି। ସୀମା ପୁନଃନିର୍ଦ୍ଧାରଣ ଦ୍ବାରା ଏହିସବୁ ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ସୀମା ପୁନଃନିର୍ଦ୍ଧାରଣରେ ଯେପରି ଏହିସବୁ ରାଜ୍ୟ ପ୍ରଭାବିତ ନ ହେବେ ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଷ୍ଟାଲିନ ୭ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ଚିଠିରେ ସୀମା ପୁନଃନିର୍ଦ୍ଧାରଣ ବିରୋଧୀ ଯୋଜନାରେ ସାମିଲ ପାଇଁ ସେମାନଙ୍କ ସମ୍ମତି ଲୋଡିଛନ୍ତି। ଯେଉଁ ରାଜ୍ୟ ସରକାର ସମ୍ମତି ପ୍ରକାଶ କରିବେ ସେହି ରାଜ୍ୟ ଜେଏସି ପାଇଁ ଜଣେ ବରିଷ୍ଠ ପ୍ରତିନିଧିଙ୍କୁ ପଠାଇବେ। ଯିଏକି ରାଜ୍ୟ ପାଇଁ ପ୍ରତିନିଧିତ୍ବ କରିବେ। ମତାମତ ମିଳିବା ପରେ ମାର୍ଚ୍ଚ ୨୨ରେ ପ୍ରଥମ ଜେଏସି ବୈଠକ ଚେନ୍ନଇରେ କରାଯିବ।
ସୀମା ପୁନଃନିର୍ଦ୍ଧାରଣରେ ପ୍ରଭାବିତ ହେବାକୁ ଥିବା ଉପରୋକ୍ତ ରାଜ୍ୟ ସରକାରଙ୍କ ସହିତ ସମ୍ପୃକ୍ତ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ମଧ୍ୟ ଷ୍ଟାଲିନ ଜେଏସି ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ନିମନ୍ତ୍ରଣ କରାଯାଇଥିବା ରାଜନୈତିକ ଦଳଗୁଡିକ ମଧ୍ୟରେ ସିପିଆଇ(ଏମ୍), ବିଜେପି, କଂଗ୍ରେସ, ଆପ୍, ଟିଡିପି, ୱାଇଏସ୍‌ଆରସିପି, ବିଜେଡି ଓ ଅକାଳି ଦଳ ରହିଛି। ଏହିସବୁ ଦଳକୁ ସେମାନଙ୍କର ବରିଷ୍ଠ ପ୍ରତିନିଧିଙ୍କୁ ପଠାଇବା ଲାଗି କୁହାଯାଇଛି। ଷ୍ଟାଲିନ ତାଙ୍କ ଚିଠିରେ ଲେଖିଛନ୍ତି ଯେ ସୀମା ପୁନଃନିର୍ଦ୍ଧାରଣକୁ ତାଙ୍କର ବିରୋଧ ଏକ ରାଜନୈତିକ ମତଭେଦ ନୁହେଁ। ବରଂ ରାଜ୍ୟର ସ୍ବାର୍ଥ ରକ୍ଷା ଲାଗି ଏହି ବିରୋଧ କରାଯାଉଛି। ଅଲଗା ରାଜନୈତିକ ଦଳ ନୁହେଁ ବରଂ ରାଜ୍ୟର ଭବିଷ୍ୟତ ରକ୍ଷା ଲାଗି ଏହି ଲଢେଇକୁ ଦଳମତ ଭିତ୍ତିରେ ସମସ୍ତେ ସମର୍ଥନ କରିବା ଦରକାର। ଷ୍ଟାଲିନ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ସୀମା ପୁନଃନିର୍ଦ୍ଧାରଣ ଯୋଜନା ଦ୍ବାରା କେନ୍ଦ୍ର ସରକାର ଦେଶର ସଙ୍ଘୀୟ ଶାସନ ବ୍ୟବସ୍ଥାରେ ଆଘାତ ଦେବାକୁ ଚାହୁଁଛନ୍ତି। ଯେଉଁ ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ ପୂର୍ବକ ସୁଶାସନ ଦେଇ ଆସୁଛନ୍ତି ସେମାନଙ୍କୁ ସଂସଦରେ ପ୍ରତିନିଧିତ୍ବ କରିବାରୁ ବଞ୍ଚିତ କରାଯିବ। ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଷ୍ଟାଲିନ ମାର୍ଚ୍ଚ ୫ରେ ସର୍ବଦଳୀୟ ବୈଠକ କରିଥିଲେ। ବୈଠକରେ ସେ ୧୯୭୧ ଜନଗଣନା ଆଧାରରେ ସୀମା ପୁନଃନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି। କାରଣ ୨୦୦୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସଂସଦରେ କହିଥିଲେ ଯେ ଆଗାମୀ ସୀମା ପୁନଃନିର୍ଦ୍ଧାରଣ ୧୯୭୧ ଜନଗଣନା ଆଧାରରେ ହେବ। ୨୦୨୬ରେ ହେବାକୁ ଯାଉଥିବା ସୀମା ପୁନଃନିର୍ଦ୍ଧାରଣରେ ଲୋକସଭା ଆସନ ସଂଖ୍ୟା ୮୪୮କୁ ବୃଦ୍ଧି ପାଇବ। ଏଥିରେ ତାମିଲନାଡୁରେ ଲୋକସଭା ଆସନ ସଂଖ୍ୟା ୨୨ ପରିବର୍ତ୍ତେ ୧୦ଟି ବୃଦ୍ଧି ପାଇବ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories