ଦୁର୍ଲଭ ଗଣେଶ ମୂର୍ତ୍ତି ଚୋରୀ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମର ଶ୍ରୀ ବାଲୁଙ୍କେଶର ଦେବଙ୍କ ମନ୍ଦିରର ପାଶ୍ୱର୍ ଦେବତା ବିରଳ ଶ୍ରୀ ଗଣେଶଙ୍କ ମୂର୍ତ୍ତି ମଙ୍ଗଳବାର ରାତିରେ ଦୁର୍ବୃତ୍ତ ଚୋରି କରିଥିବା ଜଣାପଡ଼ିଛି। ଘଟଣା ବିଷୟରେ ମନ୍ଦିର ମ୍ୟାନଜିଙ୍ଗ ଟ୍ରଷ୍ଟି ନିରଞ୍ଜନ ମହାପାତ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନୀଳ ଓ କଳା ରଙ୍ଗର ମୁଗୁନି ପଥରରେ ନିର୍ମିତ ଏହି ମୂର୍ତ୍ତି ଦୀର୍ଘ ବର୍ଷ ଧରି ପୂଜା ହେଉଥିଲା।
ସୂଚନା ଅନୁଯାୟୀ, ୨୦୧୪ରେ ଉକ୍ତ ମନ୍ଦିରରୁ ସୂର୍ଯ୍ୟନାରାୟଣ ମୂର୍ତ୍ତି,୨୦୧୮ରେ ଠାକୁରଙ୍କ ରୂପା ଅଳଙ୍କାର ଓ ବାସନକୁସନ ଚୋରୀ ହୋଇଛି। ଏଭଳି ବାରମ୍ବାର ଲୁଟ ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Leave A Reply