www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରେମିକାର ଗଳା କାଟି, ପରେ ନିଜ ଗଳା କାଟିଲେ ଯୁବକ

ବେଙ୍ଗାଲୁରୁ : ପ୍ରେମକୁ ନେଇ ଅନେକ ସମୟରେ ବୀଭତ୍ସ ହତ୍ୟାକାଣ୍ଡ ଘଟୁଥିବା ଅନେକ ଘଟଣା ନିକଟରେ ସାମ୍ନାକୁ ଆସିଛି । କର୍ଣ୍ଣାଟକର ବେଲଗାବୀ ଗାଁରେ ପ୍ରେମକୁ ନେଇ ଏଭଳି ଏକ ଘଟଣା ଘଟି ଯାଇଛି ଯାହା ହଇଚଇ ସୃଷ୍ଟି କରିଛି । ମଙ୍ଗଳବାର ଏକ ନିର୍ମମ ହତ୍ୟାକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ଜଣେ ପ୍ରେମୀ ଏଠାରେ ଏକ ଯୁବତୀଙ୍କ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯୁବତୀ ଜଣକ ଉକ୍ତ ଯୁବକଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଏହି କାରଣରୁ ଯୁବକ ଜଣକ ରାଗରେ ଏଭଳି କାଣ୍ଡ ଘଟାଇଥିଲେ। ଯୁବତୀଙ୍କୁ ମାରିବା ପରେ ନିଜେ ମଧ୍ୟ ଘଟଣାସ୍ଥଳରେ ଜୀବନ ହାରିଛନ୍ତି।
ଏହି ଘଟଣା ବେଲଗାବୀର । ଏଠାରେ ୨୦ ବର୍ଷୀୟ ଯୁବତୀ ଐଶ୍ୱର୍ଯ୍ୟା ମହେଶ ରହୁଥିଲେ । ନିକଟ ଗାଁରେ ହିଁ ୨୯ ବର୍ଷୀୟ ଯୁବକ ପ୍ରଶାନ୍ତ ରହୁଥିଲେ ଓ ଦେଢ ବର୍ଷରୁ ଅଧିକ ହେବ ସେ ଐଶ୍ୱର୍ଯ୍ୟାଙ୍କୁ ପ୍ରେମ କରୁଥିଲେ। ଐଶ୍ୱର୍ଯ୍ୟାଙ୍କ ଘର ଲୋକେ ଏହା ଜାଣିବା ପରେ ପ୍ରଶାନ୍ତଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ମଜଭୁତ ହେବାକୁ କହିଥିଲେ। ମାତ୍ର ପ୍ରଶାନ୍ତ ବିଷ ବୋତଲ ଧରି ଐଶ୍ୱର୍ଯ୍ୟାଙ୍କ ନିକଟରେ ପହଞ୍ଚିଥିଲେ । ତାଙ୍କୁ ବିବାହ କରିବାକୁ ଜୋର୍‌ ଦେଇଥିଲେ । ଐଶ୍ୱର୍ଯ୍ୟ ମନା କରିବା ପରେ ଯୁବକ ଜଣକ ତାଙ୍କୁ ବିଷ ପିଇବାକୁ ବାଧ୍ୟ କରିଥିଲେ । ମାତ୍ର ସେ ଅରାଜି ହେବାରୁ ପକେଟ୍‌ରୁ ଛୁରୀ କାଢି ଐଶ୍ୱର୍ଯ୍ୟାଙ୍କ ଗଳା କାଟି ଦେଇଥିଲେ । କିଛି ସମୟରେ ପରେ ଐଶ୍ୱର୍ଯ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଶାନ୍ତ ମଧ୍ୟ ସେହି ଛୁରୀରେ ନିଜ ଗଳା କାଟି ଜୀବନ ହାରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

ମାର୍ଚ୍ଚରୁ ସୁନାଭଳି ଚମକିବ ଏହି ରାଶିଙ୍କ ଭାଗ୍ୟ; ହେବ ବଡ ଗ୍ରହଙ୍କ ଚଳନ..

ଯେଉଁ ଦଳ ଅଧିନାୟକ.. ଗୌତମ ଗମ୍ଭୀର ରୋହିତଙ୍କ ବିଷୟରେ ଦେଲେ ଏହି ବଡ ବୟାନ..

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories