www.samajalive.in
Monday, December 8, 2025
24.1 C
Bhubaneswar

ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗକୁ ପୁଣି ଦୋହରାଇଲା ବିଜେଡି

ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିଜେଡି ପୁଣି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମିଳିବା ପ୍ରସଙ୍ଗ ଉଠାଇଛି। କଟକ ସାଂସଦ ଭର୍ତ୍ତୁହରି ମହତାବ ଆଲୋଚନାରେ ଭାଗ ନେଇ ଦେଶର ବିକାଶରେ ଅସାମନତାକୁ ଦାରିଦ୍ରତାର ମୁଖ୍ୟ କାରଣ ଦର୍ଶାଇ ଓଡ଼ିଶା ଉତ୍ତରପ୍ରଦେଶ ଆଦି ଅଧିକ ଦଳିତ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଗୁଡ଼ିକୁ ଅଧିକ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି। ଚାଷୀଙ୍କ ସମସ୍ୟା ସମାଧାନ ପାଇଁ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧିକୁ ଏକମାତ୍ର ରାସ୍ତା ବୋଲି ଦର୍ଶାଇ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଓଡ଼ିଶା ବିଧାନସଭାରେ ସଂକଳ୍ପ ପ୍ରସ୍ତାବ ବିଷୟରେ କେନ୍ଦ୍ର ସରକାରଙ୍କୁ ମନେ ପକାଇ ଦେଇଥିଲେ।
ଓଡ଼ିଶା ସରକାରଙ୍କ କାଳିଆ ଯୋଜନାକୁ ପ୍ରଶଂସା କରି ସାଂସଦ ଶ୍ରୀ ମହତାବ କହିଥିଲେ ଯେ ରାଜ୍ୟର ୫୭ ଲକ୍ଷ ପରିବାରଙ୍କୁ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। କେନ୍ଦ୍ର ସରକାରଙ୍କ ଯୋଜନା ସତରେ କ’ଣ ଚାଷୀଙ୍କ ପାଇଁ ସହାୟକ ହେବ ବୋଲି ସାଂସଦ ଶ୍ରୀ ମହତାବ ପ୍ରଶ୍ନ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାକୁ ସମାଲୋଚନା କରି କହିଛନ୍ତି ଯେ ଏହି ଯୋଜନାରେ ହିତାଧିକାରୀଙ୍କୁ ବିପିଏଲ କାର୍ଡ ଦେଖାଇବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାରେ ବିପିଏଲ କାର୍ଡର ଆବଶ୍ୟକତା ନାହିଁ; ଏପରିକି ଆୟ ସୀମା ନିର୍ଦ୍ଧାରଣ କରାଯାଇନାହିଁ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories