www.samajalive.in
Tuesday, December 9, 2025
15.1 C
Bhubaneswar

ବିରୋଧୀଦଳ ନେତା ସୁବିଧା ଫେରାଇ ନିଅ: ନରସିଂହ

ଭୁବନେଶ୍ବର: ବିଧାୟକ ପଦରୁ କଂଗ୍ରେସର ଦୁଇଜଣ ସଦସ୍ୟ ନବ ଦାସ ଓ ଯୋଗେଶ ସିଂହ ଇସ୍ତଫା ଦେବା ପରେ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ଦଳ ନେତା ପଦକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ବାଚସ୍ପତି ଏହାର ପରୀକ୍ଷା ନିରୀକ୍ଷା କରୁଥିଲେ। ପଞ୍ଚଦଶ ବିଧାନସଭାରେ ବିରୋଧୀ ଦଳ ନେତା ମାନ୍ୟତା ପାଇଥିବା ଶ୍ରୀ ମିଶ୍ର ନିଜ ଆଡୁ ଦଳ ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବିଧି ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ଫେରାଇନେବାକୁ ବାଚସ୍ପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ତେବେ ବାଚସ୍ପତି ଏହା ଉପରେ କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି।
ପଞ୍ଚଦଶ ବିଧାନସଭାକୁ କଂଗ୍ରେସର ୧୬ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ଏକ ଦଶମାଂଶରୁ ଅଧିକ ସଦସ୍ୟ ଥିବା ସର୍ବ ବୃହତ ବିରୋଧୀ ଦଳର ନେତା ଭାବେ ନରସିଂହ ମିଶ୍ରଙ୍କୁ ମାନ୍ୟତା ମିଳିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories