www.samajalive.in
Monday, December 8, 2025
13.1 C
Bhubaneswar

୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ଲହୁଣୀପଡା: ଜଣେ ୭ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ପରିତ୍ୟକ୍ତ କ୍ୟାବିନ ଭିତରେ ଦୁଷ୍କର୍ମ କରିଥିବା ନାବାଳିକା ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗ ଦେବା ପାଇଁ ବଣେଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚାନ୍ଦିପୋଷ ଓରାମ ସାହିକୁ ଶନିବାର ମଧ୍ୟାହ୍ନରେ ବସ୍, ବୋଲେରୋ ଯୋଗେ ଏକ ପରିବାର ଆସିଥିଲେ। ଓରାମ ସମ୍ପ୍ରଦାୟରର ରୀତିନୀତି ଅନୁଯାୟୀ ନିର୍ବନ୍ଧ କାର୍ଯ୍ୟ ବହୁ ସମୟ ପର୍ଯ୍ୟନ୍ତ ଚାଲୁ ରହିଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସମସ୍ତେ ବ୍ୟସ୍ତ ଥିବାବେଳେ ଛୋଟ ପିଲାମାନେ ଏଣେତେଣେ ଖେଳୁଥିଲେ। ଏହାର ସୁଯୋଗ ନେଇ ବସ୍‌ର ହେଲ୍ପର ନାବାଳିକାକୁ ଆଇସକ୍ରିମ୍ କିଣି ଦେବ କହି ନିକଟରେ ଥିବା ଦୋକାନକୁ ଡାକି ନେଇଥିଲା। ଚାନ୍ଦିପୋଷ ରେଲୱେ ପ୍ଲାଟଫର୍ମର ପରିତ୍ୟକ୍ତ କ୍ୟାବିନ ଭିତରକୁ ଜୋରଜବରଦସ୍ତି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ନିଜ ମାଆ ପାଖରେ ଘଟଣା ପ୍ରକାଶ କରିବାରୁ ଘଟଣାଟି ଧିରେ ଧିରେ ପ୍ରଚାରିତ ହୋଇଥିଲା ଏବଂ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ଖବର ପାଇ ଚାନ୍ଦିପୋଷ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ। ଅଭିଯୁକ୍ତ ହେଲ୍‌ପର ଫେରାର ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ରବିବାର ବଣେଇ ଉପଖଣ୍ଡ ଚିକିତ୍ସାଳୟରେ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories