ନୀଳଗିରି: ମନ୍ଦିର ଯାଇଥିଲେ ପରିବାର, ଘରୁ ଲୁଟିନେଲେ ଚୋର। ନୀଳଗିରି ଥାନା ସାନପାଟପୁର ଗାଁର ସୁବାଷ ଦଳେଇଙ୍କ ଘରୁ ସୁନା, ରୁପା, ଟଙ୍କା ଓ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଲୁଟି ନେଇଛନ୍ତି। ଗତକାଲି ମହାଶିବରାତ୍ରି ଥିବାବେଳେ ପରିବାର ଲୋକେ ପଶ୍ଚିମେଶ୍ଵର ମନ୍ଦିରକୁ ଦୀପ ଜାଳିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଘରୁ ସର୍ବଶ୍ଵ ଲୁଟିନେଇଥିଲେ। ଆଜି ସକାଳୁ ଘରକୁ ଫେରି ଘରର ମୁଖ୍ୟ କବାଟ ତାଲା ଭଙ୍ଗା ଯାଇଥିବାବେଳେ ଘର ଭିତର ଆଲମିରା ତଡାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



