www.samajalive.in
Thursday, December 11, 2025
18.1 C
Bhubaneswar

ସେନା ଗାଡ଼ିକୁ ଆତଙ୍କବାଦୀଙ୍କ ଗୁଳିମାଡ଼

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ରଜୌରୀ ଅନ୍ତର୍ଗତ ସୁନ୍ଦରବନି ଅଞ୍ଚଳରେ ବୁଧବାର ସେନା ଗାଡ଼ି ଉପରେ ଆକ୍ରମଣ ହୋଇଛି। ସୁନ୍ଦରବନିର ଫଲ ଗ୍ରାମ ନିକଟ ନେଇ ଯବାନମାନେ ଗାଡ଼ିରେ ଯାଉଥିବାବେଳେ ଆତଙ୍କବାଦୀମାନେ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଏହି ଘଟଣା​‌ରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ସୂଚନା ଅନୁସାରେ, ଆତଙ୍କବାଦୀମାନେ ନିକଟ ଜଙ୍ଗଲରେ ଲୁଚି ରହିଥିଲେ। ସେହିବାଟ ଦେଇ ଯବାନଙ୍କ ଗାଡ଼ି ଯିବା ସମୟରେ ଗୁଳିମାଡ଼ କରିଥିଲେ। ଫଳରେ ଯବାନମାନଙ୍କ ପକ୍ଷରୁ ଆତଙ୍କବାଦୀଙ୍କ ଉପରକୁ ପାଟଲା ଗୁଳିମାଡ଼ କରାଯାଇଥିଲା। ଯାହାଫଳରେ ଆତଙ୍କୀମାନେ ଜଙ୍ଗଲ ଭିତରକୁ ପଳାଇଥିଲେ। ସୂଚନାଯୋଗ୍ୟ, ଫଲ ଗ୍ରାମ ନିକଟ ଜଙ୍ଗଲ ନେଇ ଅଧିକାଂଶ ସମୟରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥାଆନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories