ନୂଆଦିଲ୍ଲୀ: ସୋମବାର ନୂଆଦିଲ୍ଲୀର ବାୟୁମଣ୍ଡଳ ପୁଣି ପ୍ରଦୂଷିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ଫଳରେ ଏହାକୁ ନିୟନ୍ତ୍ରଣ କରିବାକୁ ରାଜଧାନୀରେ ଗ୍ରାପ୍-୨ କଟକଣା ଲାଗୁ କରାଯାଇଛି। ଆଇଏମଡି ପକ୍ଷରୁ ସୋମବାର ଦିଲ୍ଲୀର ଏକ୍ୟୁଆଇ ୧୮୬ ରେକର୍ଡ କରାଯାଇଛି। ଏହା ସ୍ବାଭାବିକସ୍ତର ୩୦୦ରୁ କମ ରହିଥିବାରୁ ଏଭଳି କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ଓ ଏନ୍ସିଆରରେ କୋଇଲା ଓ କାଠ ଜାଳେଣି ବ୍ୟବହାରକୁ ନିଷେଧ କରାଯାଇଛି। କୌଣସି ହୋଟେଲ କିମ୍ବା ରେସ୍ତୋରାଁରେ ତନ୍ଦୁର ଚୁଲି ବ୍ୟବହାର କରାଯାଇପାରିବନି। ରାସ୍ତାଘାଟରେ ଧୂଳି ହଟାଇବା କାର୍ଯ୍ୟ ସମେତ ଆଣ୍ଟି ସ୍ମଗ୍ ମେସିନର ବ୍ୟବହାର ଏବଂ ଜଳ ସିଞ୍ଚନ ଉପରେ ଗୁରୁତ୍ବ ଦିଆଯାଇଛି। ଡିଜେଲ ଜେନେରେଟର ବ୍ୟବହାରକୁ ସୀମିତ ରଖିବାକୁ ପରାମର୍ଶ ଦିଆଯାଇଛି। ଯାନବାହନରୁ ବାହାରୁଥିବା ଧୂଆଁ, ପଡୋଶୀ ରାଜ୍ୟରେ ନଡାପୋଡି, ବାଣଫୁଟା ଭଳି ଘଟଣା ଯୋଗୁଁ ଆଜକୁ ଦୀର୍ଘ ବର୍ଷ ଧରି ଦିଲ୍ଲୀ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି।
Popular Categories



