www.samajalive.in
Friday, December 5, 2025
27.1 C
Bhubaneswar

ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା: ବ୍ୟକ୍ତିଗତ ଉପସ୍ଥିତ ହେବାକୁ ପ୍ରତିପକ୍ଷଙ୍କୁ ନିର୍ଦେଶ

କଟକ : ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ୨୦୨୩ ବର୍ଷ ଲାଗି ସାହିତ୍ୟିକ ଢେଙ୍କାନାଳର ଡ. ଅନ୍ତର୍ଯ୍ୟାମୀ ମିଶ୍ର ପଦ୍ମଶ୍ରୀ ପାଇଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି । ପୁରସ୍କାର ପ୍ରଦାନକୁ ବିରୋଧ କରି ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ଅନ୍ୟ ଜଣେ ଅନ୍ତର୍ଯ୍ୟାମୀ ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାରେ ଉଭୟଙ୍କୁ ସୋମବାର ଅପରାହ୍ଣ ୨ଟାରେ କୋର୍ଟରେ ହାଜର ହେବା ଲାଗି ନିର୍ଦେଶ ଦେଇଥିଲେ। ଅଦାଲତଙ୍କ ନିର୍ଦେଶକ୍ରମେ ଆବେଦନକାରୀ ଅନ୍ତର୍ଯ୍ୟାମୀ ମିଶ୍ର ଅଦାଲତରେ ଉପସ୍ଥିତ ହୋଇ ବିଭିନ୍ନ ରେକର୍ଡପତ୍ର ଦାଖଲ କରିଥିଲେ। ପଦ୍ମଶ୍ରୀ ପାଇଥିବା ଅନ୍ତର୍ଯ୍ୟାମୀ ମିଶ୍ର ବ୍ୟକ୍ତିଗତ ଭାବେ ଉପସ୍ଥିତ ନହୋଇ ତାଙ୍କ ଓକିଲଙ୍କ ଜାରିଆରେ ପକ୍ଷ ରଖିବା ଲାଗି କହିଥିଲେ। ଅଦାଲତ ଏହାକୁ ଗ୍ରହଣ ନକରି ପରବର୍ତ୍ତୀ ଶୁଣାଣିରେ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ହେବାକୁ ନିର୍ଦେଶ ଦେଇଛନ୍ତି । ବିଚାରପତି ଏସ୍‌‌.କେ. ପାଣିଗ୍ରାହୀ ମାର୍ଚ୍ଚ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତିି। ଆବେଦନକାରୀ ଦର୍ଶାଇଛନ୍ତି ଯେ, ସେ ବୃତ୍ତିରେ ଜଣେ ଡାକ୍ତର ଏବଂ ସାହିତ୍ୟିକ। ଓଡ଼ିଆ ଏବଂ ଅନ୍ୟଭାଷାରେ ସେ ୨୯ଟି ପୁସ୍ତକ ଲେଖିଛନ୍ତି। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ଲାଗି ତାଙ୍କ ନାମକୁ ସାମିଲ୍‌‌ କରାଯାଇଥିଲା। ୨୦୨୩ ବର୍ଷ ପାଇଁ ତାଙ୍କ ନାମ ପଦ୍ମଶ୍ରୀ ଲାଗି ଘୋଷଣା ମଧ୍ୟ କରାଯାଇଥିଲା। ତାଙ୍କ ନାମରେ ଅନ୍ୟ ଜଣେ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ହାତେଇଥିବା ଅଭିଯୋଗ ଆଣି ସେ ହାଇକୋର୍ଟରେ ଏହି ମାମଲା ଦାୟର କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories