www.samajalive.in
Sunday, December 14, 2025
23.1 C
Bhubaneswar

ଫ୍ରାନ୍ସରେ ରୁଷ ଦୂତାବାସ ନିକଟରେ ବିସ୍ଫୋରଣ

ସମାଜ ଡିଜିଟାଲ ଡେସ୍କ: ଫ୍ରାନ୍ସର ମାସେଲସ୍ଥିତ ରୁଷ ଦୂତାବାସ ନିକଟରେ ସୋମବାର ବିସ୍ଫୋରଣ ଘଟିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ୩ ବର୍ଷ ପୂରଣ ହୋଇଥିବାବେଳେ ରୁଷକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି। ତେବେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ରୁଷ କହିବା ସହିତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି କରିଛି। ଏହା ସହିତ ରୁଷ ରାଷ୍ଟ୍ରଦୂତମାନଙ୍କର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ମଧ୍ୟ କହିଛି।

ଫ୍ରାନ୍ସ ଅଧିକାରୀମାନଙ୍କ ସୂଚନା ଅନୁସାରେ, ରୁଷ ଦୂତାବାସ ବାହାରେ ଏହି ବିସ୍ଫୋରଣ ଘଟିଛି। ଆକ୍ରମଣକାରୀମାନେ ୨ଟି ବୋମା ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲେ। ସେଥିରୁ ଗୋଟିଏ ବୋମା ବିସ୍ଫୋରଣ ଘଟିଥିବାବେଳେ ଅନ୍ୟଟି ଫୁଟି ନ ଥିଲା। ଆକ୍ରମଣକାରୀମାନେ ତୁରନ୍ତ ଘଟଣା ପରେ ସେଠାରୁ ଫେରାର ହୋଇଯାଇଥିଲେ। ଏହାର ତଦନ୍ତ ଆରମ୍ଭ ହୋଇଛି। କିନ୍ତୁ କିଏ ଏବଂ କ’ଣ ପାଇଁ ଏହି ବିସ୍ଫୋରଣ ଘଟାଇଛି ତାହା ଏଯାଏ ଜଣାପଡ଼ିନାହିଁ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories