www.samajalive.in
Saturday, December 6, 2025
16.1 C
Bhubaneswar

ବଢିଲା ଉଦିତ ନାରାୟଣଙ୍କ ସମସ୍ୟା; ମାମଲା ଦାୟର କଲେ ପ୍ରଥମ ପତ୍ନୀ

ସମାଜ ଡିଜିଟାଲ ଡେସ୍କ: ବଲିଡ଼ଉର ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କ ପିଛା ଛାଡ଼ୁନି ବିବାଦ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ତାଙ୍କ କାର୍ଯ୍ୟକ୍ରମରେ ସେ ଜଣେ ଯୁବତୀଙ୍କ ଚୁମ୍ବନ କରୁଥିବା ଭିଡିଓକୁ ନେଇ ବିବାଦ ଦେଖା ଦେଇଥିଲ। ଏହାକୁ ନେଇ ସେ ଅନେକ ସମାଲୋଚନାର ଶିକାର ହୋଇଥିଲେ। ଏହି ବିବାଦ ଏପର୍ଯ୍ୟନ୍ତ ଥମି ନ ଥିବାବେଳେ ବେଳେ ଏବେ ଆଇନଗତ ମାମଲାରେ ଫସିଛନ୍ତି ଗାୟକ। ଉଦିତଙ୍କ ପ୍ରଥମ ପତ୍ନୀ ରଞ୍ଜନା ଝା ତାଙ୍କ ବିରୋଧରେ ଭରଣ ପୋଷଣ ମାମଲା ଦାୟର କରିଛନ୍ତି। ରଞ୍ଜନା ଝା ତାଙ୍କ ବିରୋଧରେ ନିଜ ଅଧିକାରର ଉଲ୍ଲଂଘନ ଏବଂ ତାଙ୍କ ସମ୍ପତ୍ତି ହଡ଼ପ କରିଥିବା ଅଭିଯୋଗ କରିଛନ୍ତି। ଶୁକ୍ରବାର ଉଦିତ ନାରାୟଣ ସୁପୌଲ ପରିବାର ଅଦାଲତରେ ହାଜର ହୋଇଥିଲେ। ଏଠାରେ ସେ କୌଣସି ପ୍ରକାର ବୁଝାମଣାରେ ରାଜି ହୋଇ ନଥିଲେ।

ଉଦିତ ନାରାୟଣ ଅଭିଯୋଗ କରିଛନ୍ତି ଯେ, ରଞ୍ଜନା ଝା ତାଙ୍କଠାରୁ ଟଙ୍କା ଲୁଟୁଛନ୍ତି। ଏହାପୂର୍ବରୁ ରଞ୍ଜନା ବିହାର ମହିଳା ଆୟୋଗରେ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ଉଭୟ ପକ୍ଷ ଆପୋଷ ବୁଝାମଣା କରିବାକୁ ପହଞ୍ଚିଥିଲେ। ରିପୋର୍ଟରେ କୁହାଯାଇଛି ଯେ, ଉଦିତ ନାରାୟଣ ଏହା ପୂର୍ବରୁ ତାଙ୍କ ପତ୍ନୀ ରଞ୍ଜନା ଝାଙ୍କୁ ମାସକୁ ୧୫, ୦୦୦ ଟଙ୍କା ଦେଉଥିଲେ। ୨୦୨୧ ମସିହାରେ ଏହାକୁ ୨୧ ହଜାରକୁ ବୃଦ୍ଧି କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଉଦିତ ତାଙ୍କର ପ୍ରଥମ ପତ୍ନୀଙ୍କୁ ଚାଷ ପାଇଁ ଏକ ଜମି ଓ ଏକ ଘର ଦେଇଥିଲେ, ଯାହାର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

- Advertisement -

ବୟସ ବୃଦ୍ଧି ଏବଂ ସ୍ୱାସ୍ଥ୍ୟାବସ୍ଥା ଖରାପ କାରଣରୁ ରଞ୍ଜନା ତାଙ୍କ ଓକିଲଙ୍କ ମାଧ୍ୟମରେ ଉଦିତଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସେ ତାଙ୍କ ସ୍ୱାମୀଙ୍କ ସହିତ ତାଙ୍କ ଜୀବନର ବାକି ସମୟ ବିତାଇବାକୁ ଚାହାଁନ୍ତି। ଶୁଣାଣି ପରେ ଗଣମାଧ୍ୟମକୁ ରଞ୍ଜନା କହିଥିଲେ, ଗାୟକ ତାଙ୍କୁ ଅଣଦେଖା କରିଥିଲେ ଏବଂ ଜମି ବିକ୍ରୟରୁ ପାଇଥିବା ୧୮ ଲକ୍ଷ ଟଙ୍କା ନିଜ ପାଇଁ ରଖିଥିଲେ। ଏହା ବ୍ୟତୀତ ସେ ଏହା ମଧ୍ୟ କହିଥିଲେ ଯେ ଯେତେବେଳେ ସେ ମୁମ୍ବଇ ଯାଆନ୍ତି, ତାଙ୍କ ଘରକୁ ଗୁଣ୍ଡା ପଠାଯାଏ।

ଉଦିତ ୧୯୮୪ ମସିହାରେ ରଞ୍ଜନାଙ୍କୁ ବିବାହ କରିଥିଲେ। ଉଦିତ୍ ସଫଳତା ପାଇବା ପରେ ରଞ୍ଜନାଙ୍କୁ ଛାଡ଼ି ଦେଇଥିଲେ ଏବଂ ଦିତ୍ବୀୟ ବିବାହ କରିଥିଲେ। ରଞ୍ଜନା ତାଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଥିବାବେଳେ ଉଦିତ ପତ୍ନୀ ଭାବରେ ଗ୍ରହଣ କରିବାକୁ ମଧ୍ୟ ମନା କରିଦେଇଥିଲେ। ପରେ ୨୦୦୬ରେ ରଞ୍ଜନା ମହିଳା କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ, ଯାହା ପରେ ଗାୟକ ତାଙ୍କୁ ଏକ ଫ୍ଲାଟ ଏବଂ ଅନ୍ୟାନ୍ୟ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ପରବର୍ତ୍ତୀ ସମୟରେ ସେ ଏହି ପ୍ରତିଶ୍ରୁତି ପୂରଣ କରି ନଥିଲେ। ଏସବୁ ମାମଲାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଉଦିତ୍ ନାରାୟଣଙ୍କ ପ୍ରଥମ ପତ୍ନୀ ରଞ୍ଜନା ଝା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories