www.samajalive.in
Sunday, December 7, 2025
26.1 C
Bhubaneswar

ଗୀତା ଛୁଇଁ ଏଫବିଆଇ ନିର୍ଦେଶକ ଭାବେ ଶପଥ ନେଲେ କାଶ ପଟେଲ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବଂଶଜ ତଥା ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ଵସ୍ତ କାଶ ପଟେଲ ଶନିବାର ସଂଘୀୟ ତଦନ୍ତକାରୀ ବ୍ୟୁରୋ(ଏଫବିଆଇ) ନିର୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ପବିତ୍ର ଗ୍ରନ୍ଥ ଭଗବତ ଗୀତାକୁ ଛୁଇଁ ସେ ଶପଥ ନେଇଛନ୍ତି। ଏହା ସହିତ ସେ ଏଫବିଆଇର ନେତୃତ୍ଵ ନେବାରେ ୯ମ ବ୍ୟକ୍ତି ପାଲଟି ଯାଇଛନ୍ତି। ୱାଶିଂଟନ ଡିସିସ୍ଥିତ ହ୍ବାଇଟହାଉସ ପରିସରରେ ଥିବା ଆଇଜନହାବର କାର୍ଯ୍ୟାଳୟ କୋଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେରିକାର ଆଟର୍ନି ଜେନେରାଲ ପ୍ୟାମ ବାଣ୍ଡି ତାଙ୍କୁ ଶପଥପାଠ କରାଇଥିଲେ।

କାଶ ପଟେଲଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଏଫବିଆଇ ଏଜେଣ୍ଟମାନଙ୍କ ମଧ୍ୟରେ କାଶ ପଟେଲଙ୍କ ଲୋକପ୍ରିୟତା ଯୋଗୁ ତାଙ୍କୁ ଏହି ପଦବୀ ମିଳିଛି। କାଶ ଏହି ପଦବୀରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଉତ୍ତମ ବ୍ୟକ୍ତି ପ୍ରମାଣିତ ହେବେ। ସେ ମଜଭୁତ ଏବଂ ଦୃଢ଼ ବିଚାରସମ୍ପନ୍ନ ବ୍ୟକ୍ତି ବୋଲି ଟ୍ରମ୍ପ କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories