www.samajalive.in
Thursday, December 11, 2025
23.1 C
Bhubaneswar

ଫେବୃଆରୀ ୨୧ରୁ ସୁନନ୍ଦା ପୁଷ୍କର ମାମଲାର ଶୁଣାଣି

ନୂଆଦିଲ୍ଲୀ : କଂଗ୍ରେସ ନେତା ଶଶୀ ଥରୁର୍‌ଙ୍କ ପତ୍ନୀ ସୁନନ୍ଦା ପୁଷ୍କର ହତ୍ୟା ମାମଲା ଉପରେ ଫେବୃଆରୀ ୨୧ରୁ ଶୁଣାଣି ହେବ। ଦିଲ୍ଲୀର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ସୋମବାର ଏହି ମାମଲାକୁ ଶୁଣାଣି ନିମନ୍ତେ ଅତିରିକ୍ତ ସେସନ୍ସ ଜଜ୍‌ ଅରୁଣ ଭରଦ୍ବାଜଙ୍କ କୋର୍ଟକୁ ପଠାଇଛନ୍ତି। ସୁନନ୍ଦାଙ୍କ ହତ୍ୟା ମାମଲାରେ ସ୍ବାମୀ ଥରୁର୍‌ଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିବାବେଳେ ଅଦାଲତ ଏହା ଉପରେ ଶୁଣାଣି କରିବେ। ଥରୁରଙ୍କ ବିରୋଧରେ ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗ ଆରୋପ କରାଯାଇଛି। ଏହି ଅଭିଯୋଗରେ ଥରୁର୍ ଦୋଷୀ ସାବ୍ୟସ୍ତ ହେଲେ ଅତିକମ୍‌ରେ ୧୦ବର୍ଷ ପାଇଁ ଜେଲ୍ ଦଣ୍ଡ ଭୋଗିବେ। ହତ୍ୟା ମାମଲାରେ ଥରୁରଙ୍କୁ ଜାମିନ ମିଳିଥିବାବେଳେ ଏହାକୁ ପ୍ରତ୍ୟାହାର କରିବା ଲାଗି ଓକିଲ ଦୀପକ ଆନନ୍ଦ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିବାବେଳେ ଏହାକୁ ଅଗ୍ରାହ୍ୟ କରାଯାଇଛି। ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଅଦାଲତ ଥରୁରଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ୨୦୧୪ ଜାନୁଆରୀ ୧୭ରେ ସୁନନ୍ଦା ଦିଲ୍ଲୀର ଏକ ହୋଟେଲରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ସୁନନ୍ଦା ଓ ଥରୁର୍‌ ଉକ୍ତ ହୋଟେଲରେ ରହିଆସୁଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories