www.samajalive.in
Monday, December 8, 2025
24.1 C
Bhubaneswar

ମେଡିକାଲ କଲେଜରେ ନାମଲେଖା ନାଁରେ ୫ ଲକ୍ଷ ଠକେଇ, ୨ଟି ମାମଲା ରୁଜୁ

ଥାନେ: ମେଡ଼ିକାଲ କଲେଜରେ ନାମ ଲେଖା ନାଁରେ ୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୨ ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହାରାଷ୍ଟ୍ରର ଥାନେ ଜିଲାର ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅକୁ ମେଡିକାଲ କଲେଜରେ ନାମ ଲେଖାଇଥିବାକୁ ପ୍ରତିଶ୍ରୁତି ଦେଇ ୪.୬ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଦୁଇଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି।

ଅଭିଯୋଗ ଆଧାରରେ, କଲ୍ୟାଣ ସହର ପୁଲିସ ରବିବାର ଭାଇସାହେବ ଯାଦବ ଏବଂ ତାଙ୍କ ବ୍ୟକ୍ତିଗତ ସହାୟକ ଜୟନ୍ତ ଯାଦବଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୪୨୦ (ପ୍ରତାରଣା) ଏବଂ ୪୦୬ (ଅପରାଧିକ ବିଶ୍ୱାସ ଭଙ୍ଗ) ଅନୁଯାୟୀ ୨୦୨୩ ମସିହାରେ ଘଟିଥିବା ଅପରାଧ ପାଇଁ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେମାନେ ତାଙ୍କ ପୁଅକୁ ଅହଲ୍ୟା ନଗରର ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ ନାମଲେଖାଇ ଦେବେ ବୋଲି କହି ତାଙ୍କଠାରୁ ୫ ଲକ୍ଷ ଟଙ୍କା ନେଇଥିଲେ ଏବଂ ମେଡ଼ିକାଲ କଲେଜରେ ତାଙ୍କ ପୁଅଙ୍କ ନାମଲେଖା ନିଶ୍ଚିତ ହୋଇଛି ବୋଲି ବିଶ୍ୱାସ କରାଇ ତାଙ୍କୁ ଭ୍ରମିତ କରିଥିଲେ।

- Advertisement -

କିନ୍ତୁ, ଯେତେବେଳେ ଅଭିଯୋଗକାରୀ ଜାଣିପାରିଲେ ଯେ ସେମାନେ ପ୍ରତିଶ୍ରୁତି ଦେଇଥିବା ମେଡ଼ିକାଲ କଲେଜରେ ତାଙ୍କ ପୁଆଙ୍କ ନାମଲେଖା ହୋଇପାରି ନାହିଁ, ସେମାନଙ୍କଠାରୁ ସେ ଟଙ୍କା ଫେରସ୍ତ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ତାଙ୍କୁ କେବଳ ୪୦ହଜାର ଫେରାଇ ଥିଲେ। ତେବେ ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ବୋଲି ପୁଲିସ ସୂଚନା ଦେଇଛି।

ଅପରପକ୍ଷରେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି ବୋଲି ଅଭିଯୋଗକାରୀ ଥାନାରେ ସେ ଦାଖଲ କରିଥିବା ଅଭିଯୋଗ ଦର୍ଶାଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories