ଯୁବକଙ୍କୁ ଛୁରା ମାଡ଼
ପୁରୀ : ପୁରୀ ବଡ଼ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରବିବାର ରାତିରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମେଡ଼ିକାଲ ଛକ ନିକଟରେ ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକ ଜଣଙ୍କ ପୂର୍ବତନ ପୌରାଧ୍ୟକ୍ଷଙ୍କ ପୁତୁରା ବୋଲି ଜଣାପଡିଛି ।