www.samajalive.in
Thursday, December 11, 2025
16.1 C
Bhubaneswar

ଗୋପାଳପୁରରେ ଖାଲଖମା ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ

ଗୋପାଳପୁର : ଗୋପାଳପୁରର ବଜାର ସାହି ରାସ୍ତା ସମେତ ବାହାର ରୋଡ଼ ରାସ୍ତା ଖାଲଖମାରେ ଭରି ରହିଥିବା ବେଳେ ଲୋକମାନେ ଯାଆସରେ ଅନେକ ଅସୁବିଧା ଭୋଗୁଥିଲେ।ଏହା ନେଇ ଖବର କାଗଜରେ ଖବର ପ୍ରସାରଣ ସହ ରାସ୍ତା କାମ କରିବାକୁ ଗୋପାଳପୁରର ବାସିନ୍ଦା ସୁରେଶ ସାହୁଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ୧୦୧ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହ ତୁରନ୍ତ ରାସ୍ତା କାମ କରିବାକୁ ଅନୁରୋଧ କରାଯାଇଥିଲା । ଏହି କ୍ରମରେ ଆଜିଠାରୁ ବେଳାଭୂମି ପଟୁ ରାସ୍ତା କାମ ଆରମ୍ଭ ହେବା ସହ ପିଚୁ ଢଳେଇ କାମ ଚାଲୁ ରହିଛି। କିନ୍ତୁ କାମ ଚାଲୁ ରହିଥିବା ବେଳେ ପୁର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ କିମ୍ବା ଅନ୍ୟ କୈାଣସି କର୍ମଚାରୀ ରହୁନଥିବାରୁ ରାସ୍ତା କାମ ନିମ୍ନମାନର କରାଯାଉଥିବା ଗୋପାଳପୁରର ପଞ୍ଚୁ ବେହେରା ଅଭିଯୋଗ କରିଛନ୍ତି।ଏହା ସହ ରାସ୍ତା ରେ ଖୁବ ପତଳା ଆସ୍ତରଣର ପିଚୁ ପକା ଯାଉଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ପୁଣି ରାସ୍ତା ଖରାପ ହୋଇଯିବାର ଆଶଙ୍କା ବଢ଼ି ଯାଇଥିବା ଅଭିଯୋଗ ହୋଇଛି।ଘଟଣା ନେଇ ବିଭାଗୀୟ ଯନ୍ତ୍ରୀ ନିବେଦିତା ସେଠୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନଙ୍କର ମତାମତ ମିଳି ପାରିନାହିଁ। ରାସ୍ତା କାମ ଚାଲୁ ରହିଥିବାବେଳେ ରାସ୍ତା ନିର୍ମାଣ ପାଇଁ କେତେ ଟଙ୍କା ଆସିଛି ସେ ନେଇ କୈାଣସିଠାରେ ସୂଚନା ଫଳକ ରହିନଥିବାରୁ ରାସ୍ତା କାମ କିପରି ହେଉଛି , କେତେ ଦିନରେ ସରିବ ଓ କେତେ ସାମଗ୍ରୀ ବ୍ୟବହାର କରାଯାଉଅଛି ତାହା ନେଇ ପ୍ରକୃତ ତଥ୍ୟ ଜନସାଧାରଣ ଜାଣି ପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଣୁ ବିଭାଗୀୟ ଅଧିକାରୀ ମାନେ ଚାଲୁ ରହିଥିବା ନିମ୍ନ ମାନର ରାସ୍ତା କାମର ତଦାରଖ କରି ସଠିକ ଭାବେ ରାସ୍ତା କାମ କରିବାକୁ ଠିକାଦାରକୁ ତାଗିଦ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories