ବିଭିନ୍ନ ଦାବିରେ ବୌଦ୍ଧ ଜିଲା ବନ୍ଦ ପାଳନ

0

ବୌଦ୍ଧ : ସୋମବାର ବୌଦ୍ଧ ଜିଲାରେ ବନ୍ଦ ଡ଼ାକରା ଦିଆଯାଇଛି। ୪ ଦଫା ଦାବିରେ ଜିଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡ଼ାକରା ଦିଆଯାଇଛି। ସକାଳ ସମୟରୁ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି।
ସୂଚନା ଅନୁଯାୟୀ, ଜିଲା ଭିତ୍ତିକ ଷ୍ଟାଫ ନର୍ସ ପଦବୀ ନିଯୁକ୍ତି, ଜିଲାରେ ଧାନ ମଣ୍ଡି ବନ୍ଦ କରାଯିବାକୁ ବିରୋଧ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧରେ କାମ ଆରମ୍ଭ ନହେବା, ଜିଲାରେ ଆରଆଇ, ଅମିନ ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ପର୍ଦ୍ଦଫାସ କରିବା ସହିତ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ବିଜେପି ଯୁବ ମୋର୍ଚ୍ଚା ଦାବି କରିଛନ୍ତି।

Leave A Reply