www.samajalive.in
Friday, December 5, 2025
26.1 C
Bhubaneswar

ମୁଦ୍ରା ଯୋଜନାରେ ଋଣ ପାଇବେ ପାଇପ୍‌ ମିସ୍ତ୍ରି: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଏଣିକି ମୁଦ୍ରା ଯୋଜନାରେ ଋଣ ପାଇବେ ତାଲିମପ୍ରାପ୍ତ ପାଣି ପାଇପ୍‌ ମିସ୍ତ୍ରି (ପ୍ଲମ୍ବର) ଏବଂ କେନ୍ଦ୍ର ସରକାର ଋଣ ବାବଦରେ ଗ୍ୟାରେଣ୍ଟର ବନିବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ଏବଂ ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରର ମୋଦି ସରକାର ଦେଶର ପ୍ଲମ୍ବରଙ୍କ ସହ ଛିଡ଼ା ହୋଇଛନ୍ତି; ଯେଉଁ ମାନେ ସ୍କିଲ ଇଣ୍ଡିଆରେ ଟ୍ରେନିଂ ସାଟିଫିକେଟ ପାଇବେ ସେମାନଙ୍କୁ ଶସ୍ତା ସୁଧରେ ଋଣ ଦିଆଯିବ ବୋଲି ସ୍ଥାନୀୟ ତ୍ୟାଗରାଜ ଷ୍ଟାଡିୟମରେ ଆୟୋଜିତ ପ୍ଲମ୍ବିଂ ସ୍କିଲ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଆଗାମୀ ଦିନରେ ଦେଶରେ ଗୃହ ନିର୍ମାଣ କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧିର ସମ୍ଭାବନା ରହିଛି; ୨୦୩୦ ସୁଦ୍ଧା ୩୦ କୋଟି ନୂତନ ବାସଗୃହ ନିର୍ମାଣ ହେବ। ପ୍ଲମ୍ବିଂ ଶିଳ୍ପର ସହଯୋଗ ବିନା ଏଭଳି ଲକ୍ଷ୍ୟ ହାସଲ ଅସମ୍ଭବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ପ୍ଲମ୍ବିଂ ଶିଳ୍ପ କ୍ଷେତ୍ରର ସହଯୋଗ ଯୋଗୁଁ ସ୍ୱଚ୍ଛ ଭାରତ ଅଭିଯାନରେ ୯ କୋଟିରୁ ଅଧିକ ପାଇଖାନା ନିର୍ମାଣ ସମ୍ଭବ ହୋଇ ପାରିଛି। ଭବିଷ୍ୟତକୁ ଆଖି ଆଗରେ ରଖି ଏକ୍ଷେତ୍ରରେ ସର୍ବୋକୃଷ୍ଟ ତାଲିମ ମିଳିବା ଆବଶ୍ୟକ; ଏଥିପାଇଁ କେନ୍ଦ୍ର ସରକାର ନିଜ ଖର୍ଚ୍ଚରେ ତାଲିମ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ପାଣି ପାଇପ ନିର୍ମାଣ ଏବଂ ମରାମତି କ୍ଷେତ୍ରରେ କାମ କରୁଥିବା ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିବା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାରେ ଏମାନଙ୍କୁ ସାମିଲ କରିବା ନେଇ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।
ପ୍ରତ୍ୟେକ ପ୍ଲମ୍ବରଙ୍କୁ ଜଣେ କଳାକାଳ ଭାବେ ବର୍ଣ୍ଣନା କରି ଏମାନଙ୍କୁ ତାଲିମ, ବୀମା ସୁବିଧା, ପେନସନ ସୁବିଧା ଏବଂ ସ୍ୱାସ୍ଥ୍ୟ ସୁବିଧା ଦେବା ପାଇଁ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ଲମ୍ବିଂ ସ୍କିଲ ମହୋତ୍ସବରେ ଜଣାଇଥିଲେ। ବଜେଟରେ ଘୋଷିତ ଶ୍ରମଶକ୍ତି ପେନସନ ଯୋଜନାରେ ୩ ହଜାର ଟଙ୍କାର ପେନସନ ସୁବିଧା ପାଣି ପାଇପ ସେବା ନିର୍ମାଣ ଏବଂ ମରାମତି କ୍ଷେତ୍ରରେ କାମ କରୁଥିବା ପ୍ରତ୍ୟେକ ଶ୍ରମିକ ମଧ୍ୟ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସାମଲୋଚନା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ବାରମ୍ବାର ଅନୁରୋଧ ପରେ ମଧ୍ୟ ଏଭଳି ସ୍ୱାସ୍ଥ୍ୟ ସେବା ଯୋଜନାକୁ ଓଡ଼ିଶାରେ ଲାଗୁ କରାଯାଉନାହିଁ। ରାଜ୍ୟ ସରକାରଙ୍କ କାରଣରୁ ଓଡ଼ିଶା ବାହାର ପ୍ଲମ୍ବର ଭାଇ ମାନେ ଆୟୁଷ୍ମାନ ଭାରତ ଯୋଜନାର ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଫଳରେ ଦିଲ୍ଲୀର ମେଦାନ୍ତ, ଆପୋଲ, କେୟାର ଭଳି ହସପିଟାଲରେ ଓଡ଼ିଆ ପ୍ଲମ୍ବର ଭାଇ ମାନେ ନିଜ ବାପ ମାଆଙ୍କୁ ଚିକିତ୍ସା ସୁବିଧା ଦେଇପାରିବେ ନାହିଁ। ପ୍ଲମ୍ବିଂ ସେବା କ୍ଷେତ୍ରରେ ଓଡ଼ିଆଙ୍କ ସଫଳତାକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଏହାଦ୍ୱାରା ଦେଶ ବିଦେଶରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ମହୋତ୍ସବରେ ୧୯୪୮ରେ କେନ୍ଦ୍ରାପଡ଼ା ଅଞ୍ଚଳରୁ ଦିଲ୍ଲୀ ଆସି ପ୍ଲମ୍ବିଂ ଶିଳ୍ପରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦୁର୍ଯୋଧନ ପ୍ରଧାନ ଓ ଓଡ଼ିଆ ପ୍ଲମ୍ବିଂ ପ୍ରଶିକ୍ଷିକା ଶତାଦ୍ଦୀ ସୁଭସ୍ମିତା ସାହୁଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ପ୍ଲମ୍ବର କନେକ୍ଟ ନାମରେ ଏକ ଆପକୁ ଲୋକର୍ପଣ କରାଯାଇ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ପ୍ରଥମ ସର୍ଭିସ ପ୍ରୋଭାଇଡର ଭାବେ ରେଜିଷ୍ଟାର କରାଯାଇଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories