www.samajalive.in
Friday, December 5, 2025
26.1 C
Bhubaneswar

ଜ୍ଞାନକୌଶଳ ଉପଯୋଗ କର, ଓଡ଼ିଶାକୁ ବିପୁଳ ପର୍ଯ୍ୟଟକ ଆସିବେ: ମୋଦୀ 

ଭୁବନେଶ୍ୱର: ଆପଣ ଓଡ଼ିଶାର ଶକ୍ତି କ’ଣ। ଓଡ଼ିଶାର ସମ୍ପତ୍ତି କେତେ ରହିଛି। ଏହାକୁ ନେଇ ନିଜେ ପ୍ରଥମେ ଗର୍ବ କରନ୍ତୁ। ଏହା ନିଜ ରାଜ୍ୟ ଓ ଦେଶ ପାଇଁ କିଛି କରିବା ପାଇଁ ଆପଣମାନଙ୍କୁ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ସମବେତ ଛାତ୍ରଛାତ୍ରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି। ଆଜି ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଶ୍ରୀନଗରରୁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନର ଡିଜିଟାଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗ ଛାତ୍ରୀ ଅଙ୍କିତା କୁଣ୍ଡୁ ପ୍ରଧାମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଭରପୂର ସୁଯୋଗ ରହିଛି। ଆମ ରାଜ୍ୟରେ ଅନେକ ଐତିହାସିକ ସ୍ଥାନ ଓ ସୁନ୍ଦର ସମୁଦ୍ର ତଟ ଅଛି। ତେଣୁ ଶିକ୍ଷା ସହିତ ପର୍ଯ୍ୟଟନ ମଧ୍ୟରେ କିପରି ସମନ୍ବୟ ରକ୍ଷା କରି ରାଜ୍ୟର ବିକାଶ ଦିଗରେ ଯୁବଗୋଷ୍ଠୀ ସାମିଲ୍ ହୋଇ ପାରିବେ? ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। କିନ୍ତୁ ଆମେ ପ୍ରଥମେ ନିଜ ପର୍ଯ୍ୟଟନ ସ୍ଥଳକୁ ନେଇ ଗର୍ବ କରିବା ଆବଶ୍ୟକ। ତା ପରେ ଯାଇ ଦେଶ ବିଦେଶରୁ ପର୍ଯ୍ୟଟକ ଆସି ଏହାକୁ ପ୍ରଶଂସା କରିବେ। ବିଶ୍ବର ଯଦି କୌଣସି କ୍ଷେତ୍ରର ବ୍ୟବସାୟ ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥାଏ ତେବେ ତାହା ହେଉଛି ପର୍ଯ୍ୟଟନ ଶିଳ୍ପ। ବିଦେଶରୁ ବିପୁଳ ରାଜସ୍ବ ଆସି ପାରିବ। ପ୍ରଚାର ପ୍ରସାର ଯେତେ ଉଚ୍ଚକୋଟୀର ହେବ ସେତେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ, ସୁନ୍ଦର ପର୍ଯ୍ୟଟନ ସ୍ଥଳର ଅଭାବ ନାହିଁ। କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ଆରମ୍ଭ କରି ଅନେକ ଅଦ୍ଭୁତ ସ୍ଥାପତ୍ୟ ମହଜୁଦ ଅଛି। ଆଗରୁ ବର୍ଷକୁ ୧୭ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସୁଥିବା ବେଳେ ଗତବର୍ଷ ଏହି ସଂଖ୍ୟା ୧ କୋଟିରେ ପହଞ୍ଚିଛି। ବିଦେଶୀ ରାଜସ୍ବରେ ୫୦% ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆମ ପର୍ଯ୍ୟଟନ ସ୍ଥଳ, ସହର, ଗ୍ରାମ ସବୁସ୍ଥାନ ସଫା ରଖିବା। ଯୁବକ ଯୁବତୀଙ୍କର ଏଥିରେ ବଡ଼ ଭୂମିକା ରହିଛି। ସେମାନେ ଜ୍ଞାନକୌଶଳ ଉପଯୋଗ କରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ନିଜ ରାଜ୍ୟକୁ ଆକୃଷ୍ଠ କରି ପାରିବେ। ପର୍ଯ୍ୟଟନ ଶିଳ୍ପରେ ଯୁବଗୋଷ୍ଠୀ ଜ୍ଞାନକୌଶଳ ବିନିଯୋଗ କରନ୍ତୁ। ଏହି ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନୋଭେସନ୍ ଆଣ୍ଡ କ୍ୟାରିୟର୍ ହବ୍‌କୁ ଲୋକାର୍ପିତ କରିଥିଲେ। ଏଥିସହ ରାଜ୍ୟର ୬ଟି ସମ୍ଭାବ୍ୟ ଜିଲାରେ ୧୨​‌ କୋଟି ଟଙ୍କା ବ୍ୟୟରେ ଗୋଟିଏ ଲେଖାଏଁ ମଡେଲ୍ ଡିଗ୍ରୀ ମହାବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ଥିଲା। ଇନୋଭେସନ୍ ଆଣ୍ଡ କ୍ୟାରିୟର୍ ହବ୍‌କୁ କାଲିପର୍ଣ୍ଣିଆ, ବାର୍କଲି, ବୋଷ୍ଟନ ବିଶ୍ବବିଦ୍ୟାଳୟ ମିଳିତ ଭାବେ ବିଭିନ୍ନ ବିଷୟକୁ ନେଇ ଶିକ୍ଷାଦାନ ହେବ। ଏହି କର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର ଓ ପ୍ରାର୍ଥସାରଥି ମିଶ୍ର, ଓଡ଼ିଶା ଋଷା ସଂଯୋଜକ ମିହିର ଦାସ, କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ପିଜି କାଉନସିଲ୍ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ, ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ, ସିଡିସି ନିର୍ଦେଶକ ସନ୍ତୋଷ କୁମାର ତ୍ରିପାଠୀ, ଏଚ୍‌ଆରଡିସି ନିର୍ଦେଶକ ମିତାଲି ଚିନାରା, ଡିଡିସିଇ ନିର୍ଦେଶକ ସୁଜିତ ଆଚାର୍ଯ୍ୟ, କ୍ରୀଡ଼ା ନିର୍ଦେଶକ କବିର ମୋହନ ସେଠୀ, ୱର୍ଡେନ୍ ପୁଷ୍ପାଞ୍ଜଳି ଜେନା, ଉତ୍କଳ ବିଶ୍ବବିଦ୍ୟାଳୟ ଋଷା ସଂଯୋଜକ ହିମାଂଶୁ ସେଖର ରାଉତ ଓ ସହ ସଂଯୋଜକ ଆଲୋକ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories