କୋଜିକୋଡ୍: କେରଳର କୋଜିକୋଡ୍ସ୍ଥିତ ମାନାକୁଲାଙ୍ଗାରା ମନ୍ଦିରରେ ବୁଧବାର ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ୍ ଦୁଇଟି ପୋଷା ହାତୀ ଉତ୍ପାତ କରିବାରୁ ୩ ଜଣ ପ୍ରାଣ ହରାଇଛନ୍ତି। ଆହତ ୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଉତ୍ସବ ପାଇଁ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ସମାଗମ ଘଟିଥିବାବେଳେ ଦୁଇଟି ସୁସଜ୍ଜିତ ହାତୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ତେବେ ଭକ୍ତମାନେ ବାଣ ଫୁଟାଇବା ଫଳରେ ଦୁଇଟି ହାତୀ ଉତ୍ତ୍ୟକ୍ତ ହୋଇପଡିଥିଲେ। ଲୋକଙ୍କୁ ହାତୀ ଗୋଡାଇବା ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ହାତୀ ଦ୍ବୟ ମନ୍ଦିର ପାଚେରି ଭାଙ୍ଗିଥିବାବେଳେ କିଛି ଲୋକ ସେଠାରେ ଫସିଯାଇଥିଲେ। ଦୀର୍ଘ କେତେ ଘଣ୍ଟାର ପରିଶ୍ରମ ପରେ ମାହୁନ୍ତମାନେ ଦୁଇଟି ହାତୀକୁ କାବୁ କରିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଥିବାବେଳେ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।
Popular Categories



