ନାତି କାମ କରିବାକୁ ବେଙ୍ଗାଲୁରୁ ଯିବାରୁ କୀଟନାଶକ ଖାଇ ବୃଦ୍ଧା ମୃତ

ପାଟଣା : ପାଟଣା ଥାନା ଅନ୍ତର୍ଗତ ସାହାରପଡା ଫାଣ୍ଡି ଅଞ୍ଚଳ ନିଶ୍ଚିନ୍ତପୁର ଗ୍ରାମର ଜଣେ ବିଧବା କୀଟନାଶକ ପିଇ ମୃତ୍ୟୁ ବରଣ କରିଛନ୍ତି। ଗ୍ରାମର ରାଇ ମୁଣ୍ଡା(୮୧)ଙ୍କ ନାତି ବାଙ୍ଗାଲୁର କର୍ମ ଅନ୍ୱେଷଣରେ ଚାଲିଯିବାରୁ ଦୁଃଖରେ ବୃଦ୍ଧା ଜଣକ ୧୧ ତାରିଖ ସକାଳୁ କୀଟନାଶକ ପିଇ ଦେଇଥିଲେ। ତାଙ୍କ ପୁଅ ଲାଲସିଂ ମୁଣ୍ଡା ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ପ୍ରଥମେ କରଞ୍ଜିଆ ଓ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଚିକିତ୍ସାଧୀନ ଅବସ୍ଥାରେ ଗତରାତି ୧ ଟାରେ ରାଇ ପ୍ରାଣ ହରାଇଥିଲେ। ଥାନା ଅପମୃତ୍ୟୁ ମାମଲା ୪/୨୦୨୫ ମୂଳେ ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ ଓରାମ ଆଜି କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି।

Comments are closed.