www.samajalive.in
Saturday, December 13, 2025
26.1 C
Bhubaneswar

ଦୋଳ ପାଇଁ ସଜ ପିପିଲି ଚାନ୍ଦୁଆ: ଛତ୍ରୀ, ତ୍ରାସ, ଆଲଟରେ ଝଲସୁଛି ଚାନ୍ଦୁଆ ବଜାର

ପିପିଲି :ଆଗକୁ ଯେ ଆସୁଛି ଦୋଳଯାତ୍ରା, ପିପିଲି ବଜାରକୁ ଦେଖିଲେ ଏହା ସହଜରେ ଅନୁମାନ କରିହୁଏ। କାରଣ ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆ ବଜାର ସଂପ୍ରତି ପୂର୍ଣ୍ଣ ଶୃଙ୍ଗାରରେ ମଣ୍ଡିତ ହୋଇଛି ରଙ୍ଗିନ ଛତ୍ରୀ, ତ୍ରାସ, ଆଲଟ ସାଙ୍ଗକୁ ଦୋଳସଜ୍ଜ ଇତ୍ୟାଦିରେ। ଠିକ୍‌‌ ମାସକ ପରେ ଅର୍ଥାତ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଦୋଳପୂର୍ଣ୍ଣିମା ଥିବା ବେଳେ ଦୋଳଯାତ୍ରା ଯେତିକି ପାଖେଇ ଆସୁଛି ଚାନ୍ଦୁଆବଜାର ଭିଡ ସେତିକି ଜମିବାରେ ଲାଗିଛି।

ଉତ୍କଳୀୟ ପରମ୍ପରାରେ ଚାନ୍ଦୁଆ ସର୍ବତ୍ର ଦେବକାର୍ଯ୍ୟରେ ଲାଗିଥାଏ। ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଇତ୍ୟାଦି ଠାକୁରଙ୍କ ବିଜେ ସମୟରେ ଏକାନ୍ତ ପ୍ରୟୋଜନୀୟ ହୋଇଥିବାରୁ ପ୍ରାୟ ଦୋଳଯାତ୍ରା ପୂର୍ବରୁ ଏହାର ବଜାର ଜମିଥାଏ। ପିପିଲି ଚାନ୍ଦୁଆର ରଙ୍ଗବେରଙ୍ଗ ଅନନ୍ୟ ସୁକ୍ଷ୍ମ କାରୁକାର୍ଯ୍ୟ ଦର୍ଶକଙ୍କ ମନକୁ ସର୍ବଦା ମୋହିତ କରିଥାଏ।

- Advertisement -

ଛତ୍ରୀ ସାଧାରଣତଃ ଦୁଇପ୍ରକାର ଅଟେ। ଯଥା କଳା ଓ ଧଳା ଯାହାକି ରାତି ଓ ଦିନ ଅଥବା ଚନ୍ଦ୍ର ଓ ସୂର୍ଯ୍ୟଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଏ। ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜରେ ବ୍ୟବହୃତ କପଡା ପୂର୍ବରୁ ୬ଟି ରଙ୍ଗର ଯଥା- ଧଳା, କଳା, ନେଳି, ନାଲି, ହଳଦିଆ ଓ ସବୁଜ ରଙ୍ଗର ଥିଲା।

ଏହି ରଙ୍ଗ ଗୁଡିକ ହିନ୍ଦୁ ଦେବାଦେବୀଙ୍କ କାର୍ଯ୍ୟରେ ବ୍ୟବହୃତ ଶାସ୍ତ୍ରନୁମୋଦିତ ରଙ୍ଗ ଅଟେ। ପରବର୍ତ୍ତୀ ସମୟରେ ବିଭିନ୍ନ ରଙ୍ଗର କପଡାରେ ପ୍ରସ୍ତୁତ କରାଯାଉଛି ଏହି ଚାନ୍ଦୁଆ ସାମଗ୍ରୀ। ଯାହାକି ସୁଦୃଶ୍ୟ ଓ ଲୋଭନୀୟ ଭାବେ ପ୍ରତୀତ ହେଉଛି। କାଠରେ ପ୍ରସ୍ତୁତ ଦୋଳ ବିମାନର ମଣ୍ଡଣୀ ପାରମ୍ପରିକ ଚାନ୍ଦୁଆରେ ପ୍ରସ୍ତୁତ କରାଯାଇଥାଏ।

ବିମାନର ଉପର ଚାଳରେ ଚନ୍ଦ୍ର ଓ ସୂର୍ଯ୍ୟ ସହିତ ପାରମ୍ପରିକ ଚାନ୍ଦୁଆ ଉପକରଣମାନ ଲଗାଯାଇଥାଏ। ତଳ ଚାଳରେ ଓଲଟ ଶୁଆ ଓ ଚନ୍ଦ୍ର ସୂର୍ଯ୍ୟଙ୍କୁ ସ୍ଥାନ ଦିଆଯାଇଥାଏ। ବିମାନର ଗର୍ଭଗୃହରେ ଠାକୁର ବିରାଜମାନ କରୁଥିବା ବେଳେ ସମ୍ମୁଖଭାଗରେ ଦ୍ୱାରବେଢା ଚାନ୍ଦୁଆ, ଖୁଣ୍ଟି ଚାନ୍ଦୁଆ, ଭିତର ଚାନ୍ଦୁଆ, ପିଛାଡି ଚାନ୍ଦୁଆ, ସିଂହାସନ ଚାନ୍ଦୁଆ, ଭୋଗ ଚାନ୍ଦୁଆ ମାନ ଆବଶ୍ୟକ ସ୍ଥାନରେ ଲଗାଯାଇଥାଏ।

ତଳକୁ ବଇଠି ଖୁଣ୍ଟି ଝାଲର ଲଗାଯାଉଥିବା ବେଳେ ଉପରି ଶୀର୍ଷରେ ପତାକା ଲଗାଯାଇଥାଏ ବୋଲି ଆପ୍ଲିକ୍ୟୁ ଇଣ୍ଟରନ୍ୟାସନାଲର ମାଲିକ ତଥା ରାଜ୍ୟ ଓ ଜାତୀୟ ସ୍ତରରେ ପୁରସ୍କୃତ ଚାନ୍ଦୁଆ ଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

ଆଗକୁ ଦୋଳଯାତ୍ରା ଆସୁଥିବାରୁ ପିପିଲି ଚାନ୍ଦୁଆ ବଜାରରେ ଭିଡ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଗ୍ରାହକମାନେ ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜ ଇତ୍ୟାଦିକୁ କିଣିବାକୁ ପିପିଲି ବଜାରରେ ଭିଡ ଜମାଉଛନ୍ତି। ବିଭିନ୍ନ ମଠ ଓ ମନ୍ଦିର ପକ୍ଷରୁ ମଧ୍ୟ ଏହିସବୁ ସାମଗ୍ରୀ ପିପିଲି ଚାନ୍ଦୁଆ ବଜାରରୁ ସଂଗ୍ରହ କରାଯାଇଥାଏ।

ଏପରିକି ପୁରୁଣା ଚାନ୍ଦୁଆ ଛତ୍ରୀ, ତ୍ରାସ, ଆଲଟ ଓ ଦୋଳସଜ୍ଜର ମରାମତି ମଧ୍ୟ ପିପିଲିରେ କରାଯାଉଛି। ଉଭୟ କପଡା ଓ ଭେଲଭେଟ୍‌‌ରେ ପ୍ରସ୍ତୁତ ଏହିସବୁ ସାମଗ୍ରୀ ବଜାରରେ ଉପଲବ୍ଧ ହେଉଛି। ଗୋଟିଏ ଚାନ୍ଦୁଆ ଛତ୍ରୀର ସର୍ବନିମ୍ନ ମୂଲ୍ୟ ୧୨ଶହ ଟଙ୍କା ହୋଇଥିବା ବେଳେ ଏହାର ସର୍ବାଧିକ ମୂଲ୍ୟ ୧୨ ହଜାର ଅଟେ। ସେହିପରି ଆଲଟର ମୂଲ୍ୟ ୪ଶହରୁ ୪ହଜାର ମଧ୍ୟରେ ହୋଇଥିବା ବେଳେ ତ୍ରାସର ମୂଲ୍ୟ ୬୫୦ରୁ ୫ହଜାର ମଧ୍ୟରେ ହୋଇଥିବା ସୂଚନା ମିଳିଛି।

ସେହିପରି ଦୋଳବିମାନର ମାପ ଅନୁଯାଇ ଦୋଳସଜ୍ଜ ତିଆରି କରାଯାଇଥାଏ। ଯାହାର ମୂଲ୍ୟ ସାଢେ ୩ହଜାରରୁ ଆରମ୍ଭ କରି ୪୦ ହଜାର ଟଙ୍କା ମଧ୍ୟରେ ହୋଇଥାଏ। କପଡା କିମ୍ବା ଭେଲ୍‌‌ଭେଟ୍‌‌ରେ ଛୁଞ୍ôଚ ସୂତା ଦ୍ୱାରା ପ୍ରସ୍ତୁତ ଏବଂ ଲେସ୍‌‌ ବ୍ୟବହାର ଉପରେ ଏହାର ମୂଲ୍ୟ ନିର୍ଭର କରିଥାଏ।

ଏହି ସବୁ ସାମଗ୍ରୀ ଉପଲବ୍ଧ ଥିବା ଦୋକାନରେ ଏବେ ଭଲ ବ୍ୟବସାୟ ହେଉଥିବା ସୂଚନା ମିଳିଛି। ପିପିଲିରେ ବାଇପାସ ରାସ୍ତା ନିର୍ମାଣ ହେବା ପରଠାରୁ ୮୦ପ୍ରତିଶତ ଗାଡିମୋଟର ସେହି ରାସ୍ତାରେ ଚଳାଚଳ କରିବା ଯୋଗୁଁଁ ଚାନ୍ଦୁଆ ବ୍ୟବସାୟ ସଂପୂର୍ଣ୍ଣ ମାନ୍ଦା ହୋଇଯାଇଥିବା ବେଳେ ଏବେ ଦୋଳଯାତ୍ରା ପାଇଁ ଚାନ୍ଦୁଆ ବଜାର ବିଶେଷ ଚଳଚଞ୍ଚଳ ହୋଇଉଠିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories