www.samajalive.in
Sunday, December 14, 2025
26.1 C
Bhubaneswar

‘ମେକ୍‌‌ ଇନ୍‌‌ ଓଡିଶା’ ମାଧ୍ୟମରେ ଯୁବବର୍ଗଙ୍କୁ ରୋଜଗାରକ୍ଷମ ପାଇଁ ପରାମର୍ଶ

ପିପିଲି :ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗ ସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜରେ ଏମ୍‌‌ଏସ୍‌‌ଏମ୍‌‌ଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଟକ ସ୍ଥିତ ଏମ୍‌‌ଏସ୍‌‌ଏମ୍‌‌ଇ ଡେଭଲପମେଣ୍ଟ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଓ ଭୁବନେଶ୍ୱର ସ୍ଥିତ ଜିଲା ଶିଳ୍ପ କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ଏହି ଦିନିକିଆ କର୍ମଶାଳାକୁ କୃପାଜଳ ଗୃପ୍‌‌ ଅଫ୍‌‌ ଇନ୍‌‌ଷ୍ଟିଚ୍ୟୁସନ୍ସର ନିର୍ଦ୍ଦେଶକ ଡ଼ଃ ବିଭୂତି ଭୂଷର ରଥ ଉଦ୍‌‌ଘାଟନ କରିବା ଅବସରରେ ଏମ୍‌‌ଏସ୍‌‌ଏମ୍‌‌ଇର ସମସ୍ତ ସୁବିଧା ସୁଯୋଗର ସଦୁପଯୋଗ କରି ସଫଳ ଉଦ୍ୟୋଗପତି ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

କୃପାଜଳ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଡ଼ଃ ଜଗଦୀଶ ଚନ୍ଦ୍ର ପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ଏମ୍‌‌ଏସ୍‌‌ଏମ୍‌‌ଇ ର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ। ଅତିଥି ଭାବେ କଟକ ସ୍ଥିତ ଏମ୍‌‌ଏସ୍‌‌ଏମ୍‌‌ଇ ଡେଭଲପମେଣ୍ଟ ଇନ୍‌‌ଷ୍ଟିଚ୍ୟୁଟ୍‌‌ ର ଉପନିର୍ଦ୍ଦେଶିକା ନୀତିଶା ମାନ ଯୋଗଦେଇ ବର୍ତ୍ତମାନର ଆବଶ୍ୟକତାକୁ ଲକ୍ଷ୍ୟ କରି ‘ମେକ୍‌‌ ଇନ୍‌‌ ଓଡିଶା’ ମାଧ୍ୟମରେ ଯୁବବର୍ଗଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଏହାସହିତ ନୂତନ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ଗଠିତ ହୋଇଥିବା ସ୍ୱତନ୍ତ୍ର ବିଭାଗ ଏମ୍‌‌ଏସ୍‌‌ଏମ୍‌‌ଇର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

- Advertisement -

ଭୁବନେଶ୍ୱର ସ୍ଥିତ ଜିଲା ଶିଳ୍ପ କେନ୍ଦ୍ରର ସମ୍ପଦ କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗଳ୍ପ ମାଧ୍ୟମରେ ଉଦ୍ୟୋଗପତି ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ବେଳେ ଯୁବ ଉଦ୍ୟୋଗପତି ସୁଶ୍ରୀ ସୋନି ସାମଲ ନିଜର ସଫଳତା ସଂପର୍କରେ ପ୍ରକାଶ କରିଥିଲେ। ଶେଷରେ ପ୍ରଫେସର ଶିବାନୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories