www.samajalive.in
Saturday, December 13, 2025
26.1 C
Bhubaneswar

ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ୨ ଗିରଫ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ପ୍ରଧାନପଡା ନିକଟରେ ଜଙ୍ଗଲରେ ନିଆଁ ଲଗାଉଥିବା ୨ ଦୁର୍ବୃତ୍ତଙ୍କୁ ଆଜି ସନ୍ଧ୍ୟାରେ ବନବିଭାଗ ଗିରଫ କରିଛି। ଓଡ଼ିଶା ଜଙ୍ଗଲ ଆଇନ ୧୯୭୨ ର ଅଣ୍ଡର ସେକ୍ସନ ଧାରା ୨୭-୩(କ)ଅନୁଯାୟୀ ଉଭୟଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ପ୍ରଧାନପଡା ଗ୍ରାମର ବିକାଶ ଦେହୁରୀ(୨୬) ଓ ବଡ଼ବିଲ ଅଙ୍ଗାରପଦା ସାହିର ଦିବାକର ପାତ୍ର(୪୬) ବୋଲି ଜଣାପଡିଛି। ସେମାନଙ୍କ ଠାରୁ ୨ଟି ମୋବାଇଲ, ୧ ଟି କଟୁରି ଓ ଦିଆସିଲି ପ୍ୟାକେଟ ଜବତ କରାଯାଇଛି। ଉଭୟ ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ସାହାରପଡା ବନପାଳ ଭୂପତିକୁମାର ସେଠୀ, ବନରକ୍ଷୀ ଦୀପକ ରଣା ଓ ରଞ୍ଜିତା ମହାନ୍ତ ଏବଂ ବନବିଭାଗ ପାରା କର୍ମଚାରୀ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories