www.samajalive.in
Sunday, December 14, 2025
26.1 C
Bhubaneswar

ଜାମଝୋରରେ ଲାଗିଲା ମାଓ ପୋଷ୍ଟର

ବାଲିଗୁଡା :  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଜାମଝୋର ରାସ୍ତାକଡ଼ରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର । ଜାମଝୋର ଗାଁ ଛକ ରାଜ୍ୟ ରାଜପଥ- ୫ ମୁଖ୍ୟ ରାସ୍ତା କଡ଼ରେ ଗାଁ କଲ୍ୟାଣ ସମିତିର ହୋର୍ଡିଙ୍ଗ ଉପରେ ୩ଟି କାଗଜ ପୋଷ୍ଟର ମାରି ବିଜେପି ସରକାର, ସଙ୍ଘ ଓ ପୁଲିସର ମିଛ ପ୍ରଚାରରେ ଭ୍ରମିତ ନ ହେବାକୁ ଆହ୍ୱାନ ଦିଆଯାଇଥିବା ବେଳେ ଜଳ, ଜଙ୍ଗଲ, ଜମି,ଶିକ୍ଷା, ରୋଜଗାର, ମୌଳିକ ସୁବିଧା ପାଇଁ ଭିକ୍ଷା ନୁହେଁ ସଂଘର୍ଷର ପଥ ଆପଣେଇବା ସହ ଇଜ୍ଜତର ସହ ବଂଚିବାକୁ ପୋଷ୍ଟରରେ ଉଲ୍ଲେଖ ଅଛି । ଏହା ବ୍ୟତୀତ କୁଇ ସମାଜ, ପୂର୍ବରୁ କୁଇକୁଳ ସମିତି ନାମରେ ଲାଗିଥିବା ପୋଷ୍ଟରକୁ ବିରୋଧ କରାଯାଇଛି ଏବଂ ମେଟଲାର ମୃତ୍ୟୁ ପାଇଁ ପୁଲିସକୁ ଦାୟୀ କରି ମାଓବାଦୀ ଆଦିବାସୀ ବିରୋଧୀ ନୁହଁ ବୋଲି ମଧ୍ୟ ପୋଷ୍ଟର ଉଲ୍ଲେଖ ଅଛି । ସୂତ୍ର ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରୁ ଏହା ମାଓ ପୋଷ୍ଟର ବା. ଘୁ. ନା. ସିପିଆଇ ମାଓବାଦୀ ଜାରି କରାଯାଇଥିଲେ ବି ପୁଲିସ, ସୁରକ୍ଷାବଳ ପୋଷ୍ଟର ନ କାଢିଥିବାରୁ ପୋଷ୍ଟକୁ ନେଇ ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories