www.samajalive.in
Sunday, December 14, 2025
23.1 C
Bhubaneswar

ନିଆରା କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମାଷ୍ଟୂର’

ଭୁବନେଶ୍ଵର: ଏକ ନିଆରା କାହାଣୀକୁ ନେଇ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ମାଷ୍ଟୂର’। ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିରଠାରେ ଏହି ଚଳଚ୍ଚିତ୍ରକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସିନେମାର କାହାଣୀ ମୁଖ୍ୟତଃ ଜଣେ ଶିକ୍ଷକଙ୍କ ସଂଘର୍ଷର କାହାଣୀ। ଚିରାଚରିତ ପ୍ରଥାରୁ ବାହାରି ଏକ ନିଛକ କାହାଣୀ ଉପରେ ଏହି ଚଳଚ୍ଚିତ୍ର ପର୍ଯ୍ୟବସିତ ବୋଲି ନିର୍ଦ୍ଦେଶକ ୟଶ ବର୍ମା କହିଛନ୍ତି। ‘ମାଷ୍ଟୂର’ର ପ୍ରଯୋଜନା ଭାର କୁମାର ପ୍ରୀତମ ସାହୁ ବହନ କରିଥିବାବେଳେ ଏହାକୁ ଆନମିଶ ପ୍ରଡକ୍ସନ ହାଉସ ବ୍ୟାନରରେ ଆଗାମୀ ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ନିର୍ଦ୍ଦେଶକ।

ସୂଚନାଯୋଗ୍ୟ, ୟଶ ବର୍ମା ଓ ସୁନୀଲ କୁମାର ସାହୁ ମିଳିତ ଭାବେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିସହ ରାଜେଶ, ଗୁଞ୍ଜନ, ଟିକିରଥ ପ୍ରମୁଖ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ମୁଖ୍ୟତଃ କେନ୍ଦୁଝରର ବିଭିନ୍ନ ସ୍ଥାନରେ ପିଲ୍ମର ଶୁଟିଂ କରାଯିବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories